www.samajalive.in
Friday, December 12, 2025
27.1 C
Bhubaneswar

ସଂସଦରେ ବଜେଟ ଉପରେ ଆଲୋଚନା ଆରମ୍ଭ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ର ବଜେଟକୁ ନେଇ ସଂସଦରେ ଶାସକ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ଲୋକସଭା ଏବଂ ରାଜ୍ୟ ସଭାରେ ବିରୋଧୀ ସଦସ୍ୟମାନେ ବଜେଟରେ ପାତରଅନ୍ତର କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଗତ ବୁଧବାର ରାଜ୍ୟସଭାରେ ସଦସ୍ୟମାନେ ବଜେଟକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ। ସେହିପରି ଲୋକସଭାରେ ବି ସଦସ୍ୟମାନେ ନାରାବାଜି ଦେବା ସହିତ ପରିସରରେ ବିରୋଧ ପ୍ରଦର୍ଶନ କରିଥିଲେ। ଗୁରୁବାର ଦିନ ବି ସଂସଦରେ ବଜେଟ ତାତି ଦେଖିବାକୁ ମିଳିଛି। ରାଜ୍ୟସଭାରେ ଆପ୍‌ ସାଂସଦ ରାଘବ ଚଢ଼ା କହିଥିଲେ, ଚଳିତ ଲୋକସଭା ନିର୍ବାଚନରେ ବିଜେପି ଅନେକ ଆସନ ହରେଇବାର କାରଣ ହେଉଛି ଇକୋନୋମି ବା ଅର୍ଥନୀତି।

ଅନ୍ୟପଟେ ଗୁରୁବାର ଲୋକସଭାରେ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ଓମ ବିର୍ଲା ସମସ୍ତ ସଦସ୍ୟଙ୍କୁ ଗୃହର ଗରିମା ବଜାୟ ରଖିବାକୁ କହିଥିଲେ। ଏହା ପରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ଏବଂ ଅନ୍ୟ ସଦସ୍ୟମାନେ ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହା ପ୍ରରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା। ବିଜେପି ସାଂସଦ କଙ୍ଗନା ରଣୌତ ହିମାଚଳ ପ୍ରଦେଶରେ ଐତିହ୍ୟର ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ। ପ୍ରଶ୍ନକାଳ ପରେ ଲୋକସଭା ଏବଂ ରାଜ୍ୟ ସଭାରେ ବଜେଟ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ପରେ ଗୃହକୁ ଅପରାହ୍ନ ୨ଟା ଯାଏ ମୁଲତବୀ ରଖାଯାଇଥିଲା। ୨ ଟା ପରେ ପୁଣି ଥରେ ବଜେଟ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜ ଆସନରୁ ଉଠି କହିଥିଲେ ଯେ, ଗୃହକାର୍ଯ୍ୟ ସମୟରେ ଯେଉଁମାନେ ଅଣସଂସଦୀୟ ଭାଷା ପ୍ରୟୋଗ କରି ଗୃହର ଗରିମା କ୍ଷୁର୍ଣ୍ଣ କରିବେ ସେମାନଙ୍କୁ ଗୃହରୁ ବାହାରକୁ ବାହାର କରିଦେବା ଉଚିତ।

- Advertisement -

ସେପେଟେ ରାଜ୍ୟ ସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବଜେଟ ଉପସ୍ଥାପନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀମାନେ ଅପମାନିତ କରିଥିବା କହି କଡ଼ା ସମାଲୋଚନା କରିଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories