ଆଧାରକାର୍ଡ ତଥ୍ୟ ଦେଉଥିଲେ.. ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ !ଜାଣନ୍ତୁ କେମିତି ବର୍ତ୍ତିବେ

ନୂଆଦିଲ୍ଲୀ : ଆଧାର କାର୍ଡର ବ୍ୟବହାର ସଭିଏଁ କରି ଥାଆନ୍ତି । ମାତ୍ର ଅନେକ ସମୟରେ କେତେକ ଭୁଲ୍‌ ପାଇଁ ଆପଣଙ୍କର ବଡ କ୍ଷତି ମଧ୍ୟ ହୋଇପାରେ । ତେବେ ଏଭଳି ନୂଆ ପ୍ରକ୍ରିୟା ବିଷୟରେ ଜାଣନ୍ତୁ ଯେଉଁଥିରେ ଆପଣଙ୍କ ଆଧାର ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇପାରିବ ।
ଆଧାରକାର୍ଡକୁ ସୁରକ୍ଷିତ କରିବା ପାଇଁ ବ୍ୟବହାରକାରୀଙ୍କୁ ମାସ୍କଡ୍‌ ଆଧାର(Masaked Aadhaar) ବିକଳ୍ପ ମଧ୍ୟ ଦିଆଯାଇଥାଏ । ଆପଣ ମଧ୍ୟ ଏହାର ବ୍ୟବହାର କରିପାରିବେ । ନାମ ଅନୁଯାୟୀ ଏଥିରେ ଆଧାର ନମ୍ବର ଉପରେ ମାସ୍କ ରହିଥାଏ ।

୨୮ରେ ଖୋଲିବ ହୀରାକୁଦ ଗେଟ୍‌ ; ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ..


ଏହାକୁ ଡାଉନଲୋଡ୍‌ କରିବା ମଧ୍ୟ ଖୁବ୍‌ ସହଜ । ଆପଣ ଏଥିପାଇଁ ୟୁଆଇଡିଏଆଇ ସାଇଟକୁ ଯିବାକୁ ପଡିବ । ଏଠାକୁ ଯାଇ ଆପଣଙ୍କୁ ଆଧାର ନମ୍ବର ଦେବାକୁ ପଡିବ ।
ଲଗଇନ୍‌ ହେବା ପରେ ଅନେକ ବିକଳ୍ପ ସାମ୍ନାକୁ ଆସିବ । ଏଠାରେ ଆଧାର ଲିଙ୍କ୍‌ ସହ ମାସ୍କ ଆଧାର ଡାଉନଲୋଡ୍‌ କରିବା ପାଇଁ ମଧ୍ୟ ବିକଳ୍ପ ନଜର ଆସିବ ।
ମାସ୍କ ଆଧାର ସୁରକ୍ଷିତ ମାଧ୍ୟମ ମଧ୍ୟ କୁହାଯାଏ । କାରଣ ଏଥିରେ ଆଧାର ନମ୍ବର ସମ୍ପୂର୍ଣ୍ଣ ଭାବେ ନଜର ଆସିନଥାଏ । ମାତ୍ର ଅନ୍ୟ ସମସ୍ତ ତଥ୍ୟ ସାହାଯ୍ୟରେ ବୁଝିବାକୁ ସହଜ ହୋଇଥାଏ ଯାହାର କାର୍ଡ । ମାସ୍କ ଆଧାରର ବ୍ୟବହାର ଆପଣ ଯେକୌଣସି ସ୍ଥାନରେ ମଧ୍ୟ କରି ପାରିବେ ।

 

Comments are closed.