www.samajalive.in
Monday, December 8, 2025
13.1 C
Bhubaneswar

ଅଟଳ ସେତୁ ଉପରେ ଗାଡ଼ି ରଖି ସମୁଦ୍ରକୁ ଡେଇଁଲେ ଇଞ୍ଜିନିୟର, ସାମ୍ନାକୁ ଆସିଲା ଆତ୍ମହତ୍ୟାର ଦୃଶ୍ୟ

ମୁମ୍ବଇ: ମୁମ୍ବଇରେ ଅଟଳ ସେତୁରୁ ଡେଇଁ ଜଣେ ଯୁବ ଇଞ୍ଜିନିୟର ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ଡୋମ୍ବିଭ୍‌ଲିର ୩୮ ବର୍ଷୀୟ ଶ୍ରୀନିବାସନ୍ କୁରୁତୁରୀ ବୋଲି ଜଣାପଡ଼ିଛି। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କ ମୃତଦେହ ମିଳିପାରି ନାହିଁ। ଶ୍ରୀନିବାସନ୍ ଅଟଳ ସେତୁରେ ବୁଧବାର ଦିନ ୧୨ଟା ୨୪ରେ ମୁମ୍ବଇ-ନଭି ମୁମ୍ବଇ ଲେନ୍‌ରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏନେଇ ଉରଣ ତାଲୁକାର ହ୍ନାଭା ଶେଭା ଥାନାରେ ଏକ ମାମଲା ରୁଜୁ ହୋଇଛି। ଘଟଣା ସମୟର ଭିଡିଓ ଏବେ ସାମ୍ନାକୁ ଆସିଛି।

ଅଟଳ ସେତୁରେ ଲାଗିଥିବା ସିସିଟିଭି ଫୁଟେଜରୁ ଯେଉଁ ଦୃଶୃ ସାମ୍ନାକୁ ଆସିଛି, ସେଥିରେ ସ୍ପଷ୍ଟ ଦେଖାଯାଉଛି ଯେ, ଦ୍ଵିପ୍ରହର ସମୟରେ ଅଟଳ ସେତୁରେ ଟାଟା ନେକ୍ସନ ଏମଏଚ ୦୫ ଇଭି ୦୮୪୯ କାର୍‌ ହଠାତ୍ ଅଟକୁଛି। ଏହାପରେ ସେଥିରୁ ଜଣେ ବ୍ୟକ୍ତି ବାହାରି ତୁରନ୍ତ ପୋଲ ବାଡ଼ାରେ ଚଢୁଛନ୍ତି ଏବଂ ଏହାପରେ ସମୁଦ୍ରକୁ ଡେଇଁ ପଡ଼ୁଛନ୍ତି।

- Advertisement -


ମୃତ ଶ୍ରୀନିବାସନ ବିଦେଶରେ କାମ କରୁଥିଲେ। ୭-୮ ମାସ ପୂର୍ବରୁ ଘରକୁ ଫେରି ବ୍ୟବସାୟ ଆରମ୍ଭ କରିଥିଲେ ବୋଲି ଜଣାପଡ଼ିଛି। ଆର୍ଥିକ ସମସ୍ୟା କାରଣରୁ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପୁଲିସ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସମୁଦ୍ରରେ ଖୋଜାଖୋଜି ଆରମ୍ଭ କରିଥିଲା, କିନ୍ତୁ ଦ୍ଵିପ୍ରହର ସମୟରେ ବର୍ଷା ଓ ଜୁଆର କାରଣରୁ ଏଥିରେ ସମସ୍ୟା ଦେଖାଦେଇଥିଲା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories