www.samajalive.in
Saturday, December 6, 2025
23.1 C
Bhubaneswar

୩ ଦିନ ପରେ ସୁରୁଖୁରୁରେ ଚାଲିଲା ବିଧାନସଭା

ସମାଜ ଡିଜିଟାଲ ଡେସ୍କ: ଲଗାତର ୩ ଦିନ ଧରି ହଟ୍ଟଗୋଳ ଲାଗି ରହିବା ପରେ ଗୁରୁବାର ସ୍ଵାଭାବିକ ଭାବେ ଆରମ୍ଭ ହୋଇଛି ବିଧାନସଭା। ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିବାବେଳେ ବିଧାୟକମାନେ ପ୍ରଶ୍ନ କରିଛନ୍ତି ଏବଂ ଶାସକ ସଦସ୍ୟ ତାହାର ଉତ୍ତର ଦେଇଛନ୍ତି।

ଗତ ୩ ଦିନ ଧରି ବିଧାସନଭାରେ ହଟ୍ଟଗୋଳ ଲାଗି ରହିଥିଲା। ଓଡ଼ିଆ ଅସ୍ମିତା ଏବଂ ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଗତ ବୁଧବାର ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହା ପରେ ବିରୋଧୀ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ। ଗୃହରେ ଅସ୍ଵାଭାବିକ ପରିସ୍ଥିତି ଲାଗି ରହିଥିବାରୁ ବାଚସ୍ପତି କାର୍ଯ୍ୟ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡକାଇଥିଲେ। ମାତ୍ର ସେଥିରୁ କୌଣସି ସୁଫଳ ମିଳି ନ ଥିଲା।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories