www.samajalive.in
Friday, December 5, 2025
17.1 C
Bhubaneswar

ଖୁବଶୀଘ୍ର ୩୨ ହଜାର ପଦବୀରେ ମିଳିବ ନିଯୁକ୍ତି: ଅଶ୍ଵିନୀ

ସମାଜ ଡିଜିଟାଲ ଡେସ୍କ: ରେଳ ସୁରକ୍ଷା ବଳ (ଆରପିଏଫ)ରେ ବଡ଼ ନିଯୁକ୍ତି ସୁଯୋଗ ରହିଛି। ଖୁବଶୀଘ୍ର ଆରପିଏଫରେ ୩୨ ହଜାର ପଦବୀ ପୂରଣ କରାଯିବ। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରଣାଳୟ ପକ୍ଷରୁ ଦାବି କରାଯାଇଛି ଯେ, ୨୦୧୪ରୁ ୨୦୨୪ ମଧ୍ୟରେ ରେଲଓ୍ବେରେ ୫ ଲକ୍ଷ ୨ ହଜାର ପଦବୀରେ ନିଯୁକ୍ତି ଦିଆଯାଇଛି। ଏହି ସଂଖ୍ୟା କଂଗ୍ରେସ ନେତୃତ୍ଵାଧୀନ ୟୁପିଏ ସରକାରର ୨୦୦୪ରୁ ୨୦୧୪ ମଧ୍ୟରେ ଦିଆଯାଇଥିବା ୪ ଲକ୍ଷ ୧୧ ହଜାର ନିଯୁକ୍ତିଠାରୁ ୨୫ ପ୍ରତିଶତ ଅଧିକ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି।

କୋଭିଡ-୧୯ କଟକଣାରେ କୋହଳ ପରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଜରିଆରେ ୧ ଲକ୍ଷ ୩୦ ହଜାର ୫୮୧ ପଦବୀରେ ନିଯୁକ୍ତି ଦିଆଯାଇଥିଲା। ତେବେ ଚଳିତବର୍ଷ ଗ୍ରୁପ ସି’ର ବିଭିନ୍ନ ବର୍ଗରେ ନିଯୁକ୍ତି ପାଇଁ ବାର୍ଷିକ କ୍ୟାଲେଣ୍ଡର ପ୍ରକାଶ କରିବାର ବ୍ୟବସ୍ଥା କରିଛି। ଆରପିଏଫରେ ସହକାରୀ ଲୋକୋପାଇଲଟ୍‌, ଟେକ୍ନିସିଆନ, ଉପନିରୀକ୍ଷକ ଏବଂ କନଷ୍ଟେବଳ ଆଦି ପଦବୀରେ ନିଯୁକ୍ତି ପାଇଁ ୨୦୨୪ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ୩୨ ହଜାର ୬୦୩ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା କୁହାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories