www.samajalive.in
Wednesday, December 10, 2025
16.1 C
Bhubaneswar

ମୋହନ ବାବୁ ମୋ ସଂସାରକୁ ଉଦ୍ଧାର କରନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଦୁତିପଡା ମେକାନିସାହିର ଜଣେ ପ୍ରସୂତି ମା’ଙ୍କ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ବାବୁଙ୍କୁ ନିଜର ଦୁଃଖଭରା ନିବେଦନର ମନ କଥା ଆଉ ବ୍ୟଥାକୁ ଶୁଣିଲେ ଯେକେହି ଆହା ପଦେ କହିବାକୁ କୁଣ୍ଠାବୋଧ କରିବେ ନାହିଁ। ବିବାହର ଦୀର୍ଘବର୍ଷ ପରେ ମାତ୍ର ଗୋଟିଏ ମାସ ହେବ ନିଜର ମାତୃତ୍ୱ ଲାଭ କରିଥିବା ହେମାମାଳିନୀ ବେହେରା (୩୨) ଆଜି ନିଜର ଜନ୍ମିତ ଶିଶୁ କନ୍ୟାକୁ ମେଡିକାଲ ଶଯ୍ୟାରେ ଧରି ନିଜର ଜୀବନ ବଞ୍ଚାଇବା ସହ ଶିଶୁକନ୍ୟାକୁ ବଞ୍ଚାଇବା ପାଇଁ ସଂଗ୍ରାମ କରୁଥିବା ଭଳି ସମୟ ଭିତରେ ଆଜି ରାଜ୍ୟ ସରକାରଙ୍କୁ ଶେଷରେ ଜୀଵନ ଭିକ୍ଷା କରିଛନ୍ତି। ହେମାମାଳିନୀ ଦୀର୍ଘବର୍ଷ ପରେ ମାତୃତ୍ୱ ଲାଭ କରିବାକୁ ଚାହିଁ ବସିଥିବା ବେଳେ ସେ ରାଜଧାନୀ ସହିଦନଗର ସ୍ଥିତ ମାଟ୍ରେନିଟି କେୟାର ଫାର୍ମାସ୍ବିଟିକାଲରେ ପ୍ରଥମେ ଭର୍ତି ହୋଇଥିବା ବେଳେ ଅସ୍ତ୍ରୋପ୍ରଚାର ଜରିଆରେ ଶିଶୁକନ୍ୟାଟିଏ ଜନ୍ମ ଦେଇଥିଲେ। ପରବର୍ତ୍ତୀ ସମୟରେ ହେମାମାଳିନୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଅଧିକ ହେବାରୁ ତାଙ୍କସ୍ୱାମୀ ସରୋଜ କୁମାର ବେହେରା ହେମାମାଳିନୀଙ୍କୁ ଭୁବନେଶ୍ୱର ଏକ ବେସରାକରୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଆଇସିୟୁରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି। ହେଲେ ସ୍ୱମୀ ସରୋଜ ବେହେରାଙ୍କ ଆର୍ଥିକ ସ୍ଥିତି ଭଲ ନଥିବା ବେଳେ ଆଜି ଯାଏଁ ପୂର୍ବରୁ ପାଇଥିବା ସ୍ୱାସ୍ଥ୍ୟକାର୍ଡରେ ସମୁଦାୟ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ସରିଯାଇଥିବା ହସ୍ପିଟାଲରୁ ସୂଚନା ମିଳିବା ପରେ ବର୍ତ୍ତମାନ କର୍ତୃପକ୍ଷ ନଗଦ ଟଙ୍କା ପଇଠ କରନ୍ତୁ ନଚେତ ଅନ୍ୟତ୍ର ନେଇ ଚିକିତ୍ସା କରନ୍ତୁ ବୋଲି କହିଥିବା ସରୋଜ କହିଛନ୍ତି। ହେଲେ ଜୀବନ ବଞ୍ଚାଇବା ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଥିବା ବେଳେ ସ୍ୱାସ୍ଥ୍ୟକାର୍ଡରୁ ଟଙ୍କା ସରିବା ପରେ ଉଭୟେ ଭାଙ୍ଗିପଡ଼ିଛନ୍ତି। ତେଣୁ କୌଣସି ଉପାୟ ନପାଇ ଆଜି ଗଣମାଧ୍ୟମ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ବାବୁ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଫୁଲବାଣୀ ବିଧାୟକ, କନ୍ଧମାଳ ସାଂସଦ ଏବଂ ସରକାର, ପ୍ରଶାସନ ଓ ଜନସାଧାରଣ ସମସ୍ତଙ୍କୁ ନିବେଦନ କରିଛନ୍ତି। ନୂତନ ରାଜ୍ୟ ସରକାର ତାଙ୍କର ଦୁଃଖ ଶୁଣିବେ ବୋଲି ଉଭୟ ସ୍ୱାମୀ-ସ୍ତ୍ରୀ ଆଶା କରି ରହିଛନ୍ତି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories