www.samajalive.in
Tuesday, December 9, 2025
16.1 C
Bhubaneswar

ବାଳିକା ଶିକ୍ଷାର ବିକାଶ ପାଇଁ ସ୍ୱତନ୍ତ୍ର ଅଭିଯାନ

ଫୁଲବାଣୀ: କନ୍ଧମାଳ ଜିଲାରେ ବାଳିକା ଶିକ୍ଷାର ବିକାଶ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଯାହାର ନାମ ହେଉଛି “ପୁରି ପଢାଇ ଦେଶ କି ଭଲାଇ”। ସ୍ୱାତୀ ଓ କ୍ରାଏ ଅନୁଷ୍ଠାନର ମିଳିତ ସହଯୋଗରେ ଆରମ୍ଭ କରାଯାଇଛି। ଫିରିଙ୍ଗିଆ ବ୍ଲକର ଗୋଛାପଡା ଥାନା ଅର୍ନ୍ତଗତ ବାଲନ୍ଦାପଡା ଠାରେ ଏହାର ଶୁଭାରମ୍ଭ ହୋଇଥିବା ବେଳେ ଏହି ଅଭିଯାନର ଲକ୍ଷ କିପରି ବାଳିକା ମାନେ ସଂପୂଣ୍ଣ ଶିକ୍ଷା ଗ୍ରହଣ କରିବେ। ଏହି ଅଭିଯାନ ମାଧ୍ୟମରେ ଯେଉଁ ଝିଅ ମାନେ ପାଠ ଛାଡିଛନ୍ତି ବା ସ୍କୁଲକୁ ଯିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି ସେମାନଙ୍କୁ କିପରି ଶିକ୍ଷା ବ୍ୟବସ୍ଥା ସହିତ ଯୋଡିବା ଏହାର ଆଭିମୁଖ୍ୟ ବୋଲି କୁହାଯାଇଛି। ବିଶେଷ କରି ଦୁର୍ଗମ ଅଞ୍ଚଳ ବାଲନ୍ଦାପଡା, ଲୁଇସିଂ, କୋଇରିମାଣ୍ଡୁ, ପାହିରାଜୁ ଓ ପକାରି ଆଦି ପଂଚାୟତରେ କରିବା ପାଇଁ ନିଷ୍ପତି ନେଇ ଆରମ୍ଭ ହୋଇଥିବା ବେଳେ ଏହା ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଉପଯୁକ୍ତ ଅଂଚଳରେ ସବୁ ବର୍ଗର ଲୋକ, ପିତା, ମାତା, ଅଭିଭାବକ ସହିତ ସରକାରୀ ଓ ବେସରକାରୀ ଅଧିକାରୀ ମାନେ ଯୋଡି ହେବା ସହିତ ଏହି ଅଭିନବ ଅଭିଯାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ଜିଲ୍ଲା ସ୍ତରରେ ଶିକ୍ଷା ଅଧିକାରୀ ପ୍ରମୋଦ ଷଢଙ୍ଗି, ଅତିରିକ୍ତ ଶିକ୍ଷା ଅଧିକାରୀ ନିରୁପମା ଦୋରା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କି୍ରଷ୍ଣା ପଣ୍ଡା, ସି.ଡବ୍ଲୁ.ସିର ଅଧକ୍ଷ ରଜତ ଦିଗାଲ, ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଦେବଜାନୀ ଭୁୟାଁ, ଡିସିପିଓ ରଶ୍ମିତା କରନ୍, ସନ୍ଧ୍ୟାରାଣୀ ନାୟକ ସମେତ ଶିକ୍ଷକ, ଶିକ୍ଷୟତ୍ରୀ, ସରପଂଚ ଓ ଗ୍ରାମ ଏବଂ ବିଭିନ୍ନ ଜାତି ମୁଖିଆ ମାନେ ଯୋଡି ହୋଇଛନ୍ତି। ଏହି ଅଭିଯାନର ସଫଳତା ପାଇଁ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ, ଶୋଭାଯାତ୍ରା, ଆଲୋଚନା ଚକ୍ର ଗ୍ରାମସ୍ଥରରେ କରାଯିବା ପାଇଁ ନିଷ୍ପତି ନିଆଯାଇଥିବା ସ୍ୱାତୀର ସଂପାଦକ ଇଂ ହରିଶଙ୍କର ରାଉତ କହିଥିଲେ। ଏହି ଅଭିଯାନର ସଂଯୋଜକ ଭାବେ ପ୍ରଦୀପ କୁମାର ସ୍ୱାଇଁ ଥିବା ବେଳେ କର୍ମୀ ମାନସ ରଞ୍ଜନ ପ୍ରଧାନ, ବିନ୍ଧ୍ୟାରାଣୀ ପ୍ରଧାନ, ଅପରାଜିତା ଜାନି, ମାଣିକ ବେହେରା ଓ ଗୈାତମ ମଲ୍ଲିକ ପ୍ରମୁଖ ସହଯୋଗ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories