www.samajalive.in
Sunday, December 7, 2025
14.1 C
Bhubaneswar

ଦ୍ୱିତୀୟ ପର୍ଯ୍ୟାୟ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ପରୀକ୍ଷଣ ସଫଳ

ଡେସ୍କ: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଆଜି (ବୁଧବାର) ଦ୍ୱିତୀୟ ପର୍ଯ୍ୟାୟ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀର ସଫଳ ପରୀକ୍ଷଣ କରିଛି। ଏଲସି-୪ ଧାମରାରୁ ଅପରାହ୍ନ ୪ଟା ୨୦ମିନିଟରେ ଟାର୍ଗେଟ ମିସାଇଲ ଉତକ୍ଷେପଣ କରାଯାଇଥିଲା, ଯାହା ସ୍ଥଳ ଓ ସମୁଦ୍ରରେ ନିୟୋଜିତ ଅସ୍ତ୍ରଶସ୍ତ୍ର ସିଷ୍ଟମ ରାଡାର ଦ୍ୱାରା ଠାବ କରାଯାଇ ଏଡି ଇଣ୍ଟରସେପ୍ଟର ସିଷ୍ଟମକୁ ସକ୍ରିୟ କରାଯାଇଥିଲା।

ଦ୍ୱିତୀୟ ପର୍ଯ୍ୟାୟ ଏଡି ଏଣ୍ଡୋ-ବାୟୁମଣ୍ଡଳୀୟ କ୍ଷେପଣାସ୍ତ୍ରକୁ ଏଲସି-୩ରୁ ଅପରାହ୍ନ ୪ଟା ୨୪ରେ ଚାନ୍ଦିପୁରସ୍ଥିତ ଆଇଟିଆରରେ ଉତକ୍ଷେପଣ କରାଯାଇଥିଲା। ଲଙ୍ଗ ରେଞ୍ଜ ସେନ୍ସର, ଲୋ ଲେଟେନ୍ସି କମ୍ୟୁନିକେସନ ସିଷ୍ଟମ ଏବଂ ଏମସିସି ଏବଂ ଆଡଭାନ୍ସ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରକୁ ନେଇ ଗଠିତ ସମ୍ପୂର୍ଣ୍ଣ ନେଟୱାର୍କ ସେଣ୍ଟ୍ରିକ୍ ଯୁଦ୍ଧ ଅସ୍ତ୍ର ପ୍ରଣାଳୀକୁ ପ୍ରମାଣିତ କରିବା ପାଇଁ ଏହି ଉଡ଼ାଣ ପରୀକ୍ଷଣ ସମସ୍ତ ପରୀକ୍ଷଣ ଉଦ୍ଦେଶ୍ୟକୁ ସମ୍ପୂର୍ଣ୍ଣ ରୂପେ ପୂରଣ କରିଛି।

- Advertisement -

ଏହି ପରୀକ୍ଷଣ ୫୦୦୦ କିଲୋମିଟର ଶ୍ରେଣୀର ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ରରୁ ରକ୍ଷା କରିବାରେ ଦେଶର ସ୍ୱଦେଶୀ ସାମର୍ଥ୍ୟକୁ ପ୍ରମାଣିତ କରିଛି। ଆଇଟିଆର, ଚାନ୍ଦିପୁର ଦ୍ୱାରା ନିୟୋଜିତ ଇଲେକ୍ଟ୍ରୋ-ଅପ୍ଟିକାଲ ସିଷ୍ଟମ, ରାଡାର ଏବଂ ଟେଲିମେଟ୍ରି ଷ୍ଟେସନ ଭଳି ରେଞ୍ଜ ଟ୍ରାକିଂ ଉପକରଣ ଦ୍ୱାରା ନିଆଯାଇଥିବା ଉଡ଼ାଣ ତଥ୍ୟରୁ ଏହି କ୍ଷେପଣାସ୍ତ୍ରର କାର୍ଯ୍ୟଦକ୍ଷତା ଉପରେ ନଜର ରଖାଯାଇଥିଲା।

ଦ୍ବିତୀୟ ପର୍ଯ୍ୟାୟ ଏଡି ଏଣ୍ଡୋ-ବାୟୁମଣ୍ଡଳୀୟ କ୍ଷେପଣାସ୍ତ୍ର ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ ଦୁଇ ପର୍ଯ୍ୟାୟ କଠିନ ପ୍ରୋପେଲ୍ଡ ଗ୍ରାଉଣ୍ଡ ଲଞ୍ଚ୍ କ୍ଷେପଣାସ୍ତ୍ର ପ୍ରଣାଳୀ ଯାହା ଏଣ୍ଡୋର ଉଚ୍ଚତା ବର୍ଗରୁ ନିମ୍ନ ବାୟୁମଣ୍ଡଳୀୟ ଅଞ୍ଚଳକୁ ଅନେକ ପ୍ରକାରର ଶତ୍ରୁ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ବିପଦକୁ ନିଷ୍କ୍ରିୟ କରିବା ପାଇଁ ଉଦ୍ଦିଷ୍ଟ । ଡିଆରଡିଓର ବିଭିନ୍ନ ପରୀକ୍ଷାଗାର ଦ୍ୱାରା ବିକଶିତ ଅନେକ ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳକୁ ଏହି କ୍ଷେପଣାସ୍ତ୍ର ପ୍ରଣାଳୀରେ ଅନ୍ତର୍ଭୁକ୍ତ କରାଯାଇଛି ।

ଆଜିର ସଫଳ ଉଡ଼ାଣ ପରୀକ୍ଷଣ ପାଇଁ ଡିଆରଡିଓକୁ ପ୍ରଶଂସା କରିବା ସହ ଏହା ପୁଣି ଥରେ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା କ୍ଷମତା ପ୍ରଦର୍ଶନ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ କହିଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି କାମତ ଆଜିର ସଫଳ ଉଡ଼ାଣ ପରୀକ୍ଷଣରେ ସମଗ୍ର ଡିଆରଡିଓ ଟିମ୍ର ଅକ୍ଳାନ୍ତ ପ୍ରୟାସ ଏବଂ ଅବଦାନ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories