www.samajalive.in
Sunday, December 7, 2025
14.1 C
Bhubaneswar

ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଚାଲାଣ କାଟିବା ସହ ଗିରଫ କଲା ପୁଲିସ

ନୂଆଦିଲ୍ଲୀ : ଦିଲ୍ଲୀରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀ ପୁଲିସ ସ୍ପାଇଡରମ୍ୟାନକୁ ଗିରଫ କରିଛି । ଘଟଣା ଦ୍ବାରକାରେ ଘଟିଛି । ପୁଲିସ ଜଣାଇଛି କି ଜଣେ ଯୁବକ ସ୍ପାଇଡରମ୍ୟାନ୍ ଡ୍ରେସ୍ ପିନ୍ଧି ସ୍କର୍ପିଓ ବନେଟରେ ବସି ଯାତ୍ରା କରୁଥିଲେ । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିବା ସହ ଚାଲାଣ ମଧ୍ୟ କାଟିଛି ପୁଲିସ ।

- Advertisement -

ଏହି ଘଟଣାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସ୍ପାଇଡରମ୍ୟାନ୍ ପୋଷାକ ପିନ୍ଧିଥିବା ଯୁବକ ଜଣକ ନଜଫଗଡରେ ରହୁଥିବା ଆଦିତ୍ୟ ବୋଲି ଜଣାପଡିଛି । ଗାଡି ଚାଳକ ମହାବୀର ଏନକ୍ଲେଭରେ ରହୁଥିବା ଗୌରବ ସିଂହ ବୋଲି ଜଣାପଡିଛି ।  ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଗାଡିର ନମ୍ବରରୁ ପୁଲିସ ଏହାର ମାଲିକ ସମ୍ପର୍କରେ ଜାଣିବାକୁ ପାଇଲା । ଗାଡି ଚାଳକ ସିଟ୍ ବେଲ୍ଟ ବାନ୍ଧିନଥିଲେ । ଅନ୍ୟପଟେ ଆଦିତ୍ୟ ନାମକ ଯୁବକ ସ୍ପାଇଡରମ୍ୟାନ୍ ଡ୍ରେସ୍ ପିନ୍ଧି ଗାଡିର ବନେଟରେ ବସିଥିଲେ । କହିରଖୁଛୁ ଏପ୍ରିଲରେ ଜଣେ ୧୯ ବର୍ଷୀୟା ଯୁବତୀ ଏବଂ ତାଙ୍କ ପୁରୁଷ ବନ୍ଧୁ ସ୍ପାଇଡରମ୍ୟାନ୍ ଡ୍ରେସ୍ ପିନ୍ଧି ଏଭଳି ଟ୍ରାଫିକ୍ ନିୟମ ଭାଙ୍ଗିଥିବା ଅଭିଯୋଗରେ ଗିରଫ ହୋଇଥିଲେ ।

ବିଜ୍ଞାନ ପ୍ରଦର୍ଶନୀରେ ୩୭୦ ପ୍ରକଳ୍ପ

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories