www.samajalive.in
Sunday, December 7, 2025
18.1 C
Bhubaneswar

ବିଜ୍ଞାନ ପ୍ରଦର୍ଶନୀରେ ୩୭୦ ପ୍ରକଳ୍ପ

ରେଙ୍ଗାଲିକ୍ୟାମ୍ପ: ଲାଦରପାଲିସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃପୁରୀଠାରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ବବ୍ରୁବାହନ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ସଭାପତି ଶେଷଦେବ ନାଏକ, ଅଧ୍ୟକ୍ଷ ଟିକେଲାଲ୍ ଚାନ୍ଦ, କୋଷାଧ୍ୟକ୍ଷ ଜୟପ୍ରକାଶ ଅଗ୍ରୱାଲ, ଶିକ୍ଷା ସଂଯୋଜକ ଯତୀନ୍ଦ୍ର ପ୍ରଧାନ, ସରୋଜ କୁମାର ରଥ, ସୁନୀଲ ଖମାରି, ବିଜ୍ଞାନ ବିଭାଗୀୟ ମୁଖ୍ୟ ରାମଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ସବ ଜୁନିଅର ବିଭାଗରେ ୧୦୭ଟି, ଜୁନିଅର ବିଭାଗରେ ୧୧୫ ଟି, ସିନିୟର ବିଭାଗରେ ୧୪୮ଟି ପ୍ରକଳ୍ପକୁ ମିଶାଇ ମୋଟ ୩୭୦ ପ୍ରକଳ୍ପ ସ୍ଥାନ ପାଇଥିଲା। କାର୍ଯ‌୍ୟକ୍ରମରେ ବିଚାରକ ଭାବରେ କଳାପାଣି, ସୋହେଲା, ତାଳଶ୍ରୀଗିଡା, ଲରମ୍ଭା, ପାହାଡ ଶ୍ରୀଗିଡା, ଲୁହୁରା ଚଟି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରୁ  ଯଥାକ୍ରମେ ସୁନନ୍ଦା କଠାର, ଖୀରୋଦ୍ର ଭୋଇ ,ପ୍ରେମରାଜ୍ ପାଇକ,  ଦିଲ୍ଲୀପ କୁମାର ରଣା, ହରି ଧରୁଆ, ଜଗନ୍ନାଥ ସିଂହ ତଥା ମାତୃପୁରୀ ର ଯୁଗଳ ସାହୁ,ତିଳୋତ୍ତମା କର୍ଣ୍ଣ, ମୋନାଲିସା ବିଶ୍ଵାଳ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ଆଖପାଖ ଅଞ୍ଚଳରୁ ବହୁ ବୁଦ୍ଧିଜୀବି ସାମିଲ ହୋଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories