www.samajalive.in
Monday, December 8, 2025
24.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦାବି ପତ୍ର ପ୍ରଦାନ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ ଓ୍ବାର୍ଡ କୋର୍ଡିନେଟର ସେମାନଙ୍କ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବି ପତ୍ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।  ଏହାର ସମାଧାନ ନହେଲେ ଆଗାମୀ ୨୯ରେ ବିଧାନସଭା ଘେରାଉ କରିବା ନେଇ  ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ମିଳିଥବା ସୂଚନା ଅନୁସାରେ ରାଜ୍ୟର ସମସ୍ତ ୟୁଏଲବିର ୱାର୍ଡ କୋର୍ଡିନେଟର ମାନଙ୍କୁ ତୁରନ୍ତ ଵିଧିବଦ୍ଧ ଭାବେ ନିର୍ଦ୍ଧାରିତ କାମରେ ନିୟୋଜିତ କରାଯିବା, ୱାର୍ଡ କୋର୍ଡିନେଟର ମାନଙ୍କ ଦରମା ସମ୍ପର୍କରେ ରହିଥିବା ସମସ୍ତ ଅସ୍ପଷ୍ଠତାକୁ ଦୂର କରି ପ୍ରତି ମାସରେ ନିୟମିତ ଦରମା ପ୍ରଦାନ କରାଯିବା ଓ ଯେଉଁ ୟୁଏଲବି ମାନେ ପୂର୍ବରୁ ୱାର୍ଡ କୋର୍ଡିନେଟର ମାନଙ୍କୁ କାମରେ ନିୟୋଜିତ କରି କୌଣସି ପାରିଶ୍ରମିକ ଦେଇନାହାନ୍ତି, ସେମାନଙ୍କୁ ତୁରନ୍ତ ନିଜସ୍ୱ ପାଣ୍ଠିରୁ ଉପରୋକ୍ତ ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ଦାବି କରାଯାଇଛି। ଏନେଇ ପୂର୍ବରୁ ବହୁ ଅଧିକାରୀ ଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ସେମାନେ ଅଭିଯୋଗ କରିଛନ୍ତି । ଏପରିକି ସେମାନେ ୧୦ ମାସ କାମ କାରିଥିଲେ ବି ସେମାନଙ୍କୁ ଦରମା ମିଳିନାହିଁ। ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି। ତେଣୁ ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରାଯିବା ନେଇ ଚେତାବନୀ ମିଳିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories