www.samajalive.in
Sunday, December 14, 2025
23.1 C
Bhubaneswar

କିମ୍‍ସରେ ନବଜାତକର ସଫଳ ହୃଦ୍‍ ଅସ୍ତ୍ରୋପଚାର

କଟକ: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ୍‍ ସାଇନ୍‍ସେସ୍‍(କିମ୍‍ସ)ର ଡାକ୍ତରମାନେ ଜନ୍ମରୁ ହୃଦରୋଗର ଶିକାର ଜଣେ ୧୦ଦିନର ଶିଶୁର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି। କିମ୍‍ସର ଶିଶୁରୋଗ, ହୃଦରୋଗ ଏବଂ ହୃଦରୋଗ ନିଶ୍ଚେତକ ବିଭାଗ ଡାକ୍ତରଙ୍କ ସମନ୍ୱିତ ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇଛି। ୨.୨ କିଲୋଗ୍ରାମ ଓଜନ ଥିବା ଶିଶୁଟି ଜନ୍ମଜାତ ହୃଦରୋଗ ସନ୍ଦେହରେ ରେଫର ହୋଇ କିମ୍‍ସକୁ ଆସିଥିଲା। ଶିଶୁଟି ଜନ୍ମରୁ ଅକ୍ସିଜେନ୍‍ ଆବଶ୍ୟକ କରୁଥିଲା ଏବଂ ତାର ଅକ୍ସିଜେନ୍‍ ସ୍ତର କ୍ରମାଗତ ଭାବେ କମ୍‍ ରହୁଥିଲା। ଛାତି ଏକ୍ସ-ରେ ଏବଂ ଇକୋ-କାର୍ଡ଼ିଓଗ୍ରାଫିରୁ ଶିଶୁଟିର ପଲ୍‍ମୋନାରୀ ଆଟ୍ରେସିଆ ସ୍ଥିତି ଜଣାପଡ଼ିଥିଲା।

ଏଥିରେ ଉଭୟ ଫୁସ୍‍ଫୁସ୍‍କୁ ରକ୍ତ ସଞ୍ଚାଳନ ଗମ୍ଭୀର ଭାବେ ବାଧିତ ହୋଇଥାଏ। ଏଭଳି ସମସ୍ୟା ଥିବା ଶିଶୁଙ୍କ କ୍ଷେତ୍ରରେ ଯଦି ସେମାନଙ୍କ ଫୁସ୍‍ଫୁସ୍‍କୁ ପେଟେଣ୍ଟ ଡକ୍‍ଟସ୍‍ ଆର୍ଟେରିଓସସ୍‍ (ପିଡ଼ିଏ) ଭଳି ଅତିରିକ୍ତ ରକ୍ତ ସଞ୍ଚାଳନ ରହିଥାନ୍ତା ତେବେ ସେମାନଙ୍କ ଜୀବନ ରକ୍ଷା ହୋଇପାରନ୍ତା। ଏଥିପାଇଁ ବ୍ଲାଲକ୍‍-ଟାସିଂ (ବିଟି) ସଣ୍ଟ ଭଳି ଅନେକ ସର୍ଜିକାଲ୍‍ ବିକଳ୍ପ ରହିଛି। ବିଶେଷକରି ୨.୫ କିଲୋରୁ କମ୍‍ ଓଜନର ନବଜାତ ଶିଶୁଙ୍କ ପାଇଁ ଏସବୁ ସର୍ଜିକାଲ୍‍ ବିକଳ୍ପ କାର୍ଯ୍ୟକାରୀ କରିବାରେ ଅଧିକ ବିପଦ ଆଶଙ୍କା ରହିଥାଏ। କିମ୍‍ସ ହସ୍‍ପିଟାଲ୍‍ର ନବଜାତଶିଶୁ ବିଭାଗ ସମେତ ଡା. ଆଶିଷ ରଞ୍ଜନ ମହାକୁଡ଼ଙ୍କ ନେତୃତ୍ୱରେ ଶିଶୁ ହୃଦରୋଗ ଟିମ୍‍ ଓ ହୃଦ୍‍ ନିଶ୍ଚେତକ ବିଶେଷଜ୍ଞ ଡ଼ା. ଅଶୋକ ବଡ଼ମାଳି ଶିଶୁଟିର ହୃତପିଣ୍ଡରେ ବନ୍ଦ ହେବାକୁ ଯାଉଥିବା ପ୍ରାକୃତିକ ସଂଯୋଗ ଡକ୍‍ଟସ୍‍ ଆର୍ଟିରିଓସସକୁ ଡାଇଲେଣ୍ଟି କରି ଷ୍ଟେଣ୍ଟ ଲଗାଇଥିଲେ।

- Advertisement -

ଏହି ପ୍ରକ୍ରିୟା ପରେ ଶିଶୁର ଅକ୍ସିଜେନ୍‍ ସ୍ତରରେ ଆଶାତୀତ ସୁଧାର ଆସିଥିଲା ଏବଂ ଅକ୍ସିଜେନ ସ୍ତର ୯୦ ପ୍ରତିଶତକୁ ବଢ଼ିଥିଲା। ଶିଶୁଟିର ଜୀବନ ପ୍ରତି ଥିବା ବିପଦ ତୁରନ୍ତ ଦୂର ହେବା ସହ ଶିଶୁଟି ସାଧାରଣ ବାୟୁଚଳାଚଳ କ୍ଷେତ୍ରରେ ନିଃଶ୍ୱାସପ୍ରଶ୍ୱାସ ନେବା ଓ ସାଧାରଣ ଖାଦ୍ୟ ଗ୍ରହଣ କରିପାରିଥିଲା।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories