www.samajalive.in
Monday, December 8, 2025
13.1 C
Bhubaneswar

ଏନଟିପିସିରେ ଅଘଟଣ, ଶ୍ରମିକଙ୍କ ପେଟରେ ଗଳିଗଲା ବାଉଁଶ

କଣିହାଁ: ଅନୁଗୋଳ ଜିଲା କଣିହାଁସ୍ଥିତ ଏନଟିପିସି କାରଖାନାରେ ସଂଘଟିତ ଅଘଟଣରେ ଜଣେ କାର୍ଯ୍ୟରତ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। କାରଖାନା ଚିମିନି ଉପରୁ ଏକ ବାଉଁଶ ଖସି ପଡିବାରୁ ତଳେ ବିଶ୍ରାମ ନେଉଥିବା ଜଣେ ଶ୍ରମିକଙ୍କ ପେଟ ଭିତରେ ଗଳି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବରର ଏକ ଘରୋ​‌ଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଶ୍ରମିକ ଜଣକ ହେଲେ କଣିହାଁ ଥାନା ଅନ୍ତର୍ଗତ ସାନତ୍ରିବିଡା ଗ୍ରାମର ଲିପୁ ଭୁତିଆ (୨୪)l ଦୁର୍ଘଟଣା ପରେ କର୍ମଚାରୀମାନେ ବାଉଁଶଟିକୁ କାଟି ଦେଇଥି​‌େ​‌ଲ ହେଁ ପେଟ ଭିତରେ କିଛି ଅଂଶ ରହି ଯାଇଥିଲା। ତାଙ୍କୁ ସେହି ଅବସ୍ଥାରେ ପ୍ରଥମେ ଏନଟିପିସି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ ଲିପୁ ଭୂତିଆ ଏନଟିପିସି କାରଖାନାରେ ଜଣେ ଠିକାଦାରଙ୍କ ପାଖରେ ଶ୍ରମିକ ଭାବେ କାମ କରନ୍ତି l ଏନଟିପିସିର ଏକ ଚିମିନି ତଳେ ଲିପୁ ଆଜି ବିଶ୍ରାମ ନେଉଥିବା ବେଳେ ଚିମିନି ମରାମତି ପାଇଁ ଭାଡାରେ ଲାଗିଥିବା ଏକ ବାଉଁଶ ହଠାତ ଖସି ତାଙ୍କ ପେଟ ଭିତରେ ପଶି ଯାଇଥିଲା l

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories