କଣିହାଁ: ଅନୁଗୋଳ ଜିଲା କଣିହାଁସ୍ଥିତ ଏନଟିପିସି କାରଖାନାରେ ସଂଘଟିତ ଅଘଟଣରେ ଜଣେ କାର୍ଯ୍ୟରତ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। କାରଖାନା ଚିମିନି ଉପରୁ ଏକ ବାଉଁଶ ଖସି ପଡିବାରୁ ତଳେ ବିଶ୍ରାମ ନେଉଥିବା ଜଣେ ଶ୍ରମିକଙ୍କ ପେଟ ଭିତରେ ଗଳି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଶ୍ରମିକ ଜଣକ ହେଲେ କଣିହାଁ ଥାନା ଅନ୍ତର୍ଗତ ସାନତ୍ରିବିଡା ଗ୍ରାମର ଲିପୁ ଭୁତିଆ (୨୪)l ଦୁର୍ଘଟଣା ପରେ କର୍ମଚାରୀମାନେ ବାଉଁଶଟିକୁ କାଟି ଦେଇଥିେଲ ହେଁ ପେଟ ଭିତରେ କିଛି ଅଂଶ ରହି ଯାଇଥିଲା। ତାଙ୍କୁ ସେହି ଅବସ୍ଥାରେ ପ୍ରଥମେ ଏନଟିପିସି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ ଲିପୁ ଭୂତିଆ ଏନଟିପିସି କାରଖାନାରେ ଜଣେ ଠିକାଦାରଙ୍କ ପାଖରେ ଶ୍ରମିକ ଭାବେ କାମ କରନ୍ତି l ଏନଟିପିସିର ଏକ ଚିମିନି ତଳେ ଲିପୁ ଆଜି ବିଶ୍ରାମ ନେଉଥିବା ବେଳେ ଚିମିନି ମରାମତି ପାଇଁ ଭାଡାରେ ଲାଗିଥିବା ଏକ ବାଉଁଶ ହଠାତ ଖସି ତାଙ୍କ ପେଟ ଭିତରେ ପଶି ଯାଇଥିଲା l



