www.samajalive.in
Saturday, December 13, 2025
18.1 C
Bhubaneswar

ଲୋକାଭିମୁଖି ବଜେଟ ପାଇଁ ଉଭୟ ପ୍ରଧାନ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ-ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି କେନ୍ଦ୍ରରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାନ ପରିପ୍ରେକ୍ଷୀରେ ଓଡିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀ ସିଂହଦେଓ କହିଛନ୍ତି ଯେ ଚଳିତ କେନ୍ଦ୍ର ବଜେଟରେ ଓଡିଶା ପ୍ରତି ବିଶେଷ ଭାବେ ଧ୍ୟାନ ଦିଆ ଯାଇଛି ଯାହା ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ ।

ବଜେଟରେ ଗରୀବ, ମହିଳା, ଯୁବକ, ପର୍ଯ୍ୟଟନ, କୃଷି ଓ ଶକ୍ତି ଦକ୍ଷତା ବିକାଶ ଆଦି ଅନେକ କ୍ଷେତ୍ରରେ ଧ୍ୟାନ ଦିଆ ଯାଇଛି । ବଜେଟ ସମ୍ବନ୍ଧରେ ଶ୍ରୀ ସିଂହଦେଓ କହିଲେ ଯେ ଗତ କିଛି ଦିନ ପୂର୍ବରୁ ବଜେଟ ସମ୍ବନ୍ଧିତ ଅର୍ଥମନ୍ତ୍ରୀମାନଙ୍କ ବୈଠକରେ ମୁଁ ପ୍ରତିନିଧିତ୍ବ କରି ଓଡିଶା ସରକାରଙ୍କ ତରଫରୁ ଯାହା ଯାହା ଦାବି ରଖିଥିଲୁ ,ସେ ସମସ୍ତ ଏହି ବଜେଟରେ ପ୍ରତିଫଳିତ ହୋଇଛି । ବଜେଟରେ ପର୍ଯ୍ୟଟନ କ୍ଷେତ୍ରକୁ ସଦୃଢ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କବା ଯାଇଛି । ଓଡିଶାର ଦୀର୍ଘ ସମୁଦ୍ର ତଟ, ଐତିହ, ଜଙ୍ଗଲ ଏବଂ ଇକୋ ଟୁରିଜିମ୍ କୁ ନେଇ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ ।

- Advertisement -

ଓଡିଶାର କୃଷି କ୍ଷେତ୍ରରେ ଲୋକେ ଦାଦନ ଖଟିବାକୁ ନ ଯାଇ ଏଠି ମଧ୍ୟ ସେମାନଙ୍କୁ ଭରପୁର କାମ ମିଳି ପାରିବ ବୋଲି ବଜେଟରେ ଦର୍ଶା ଯାଇଛି । ଓଡିଶାବାସୀ ଓ ଓଡିଶା ସରକାରଙ୍କ ତରଫରୁ ଶ୍ରୀ ସିଂହ ଦେଓ ଏଭଳି ଲୋକାଭିମୁଖି ବଜେଟ ପାଇଁ ଉଭୟ ପ୍ରଧାନ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିର୍ବାଚନ ସମୟରେ ଓଡିଶା ଆଗମନ ପରିପ୍ରେକ୍ଷୀରେ ପ୍ରଧାନ ମନ୍ତ୍ରୀ ଯାହା ସବୁ ପ୍ରତିଶୃତି ଦେଇଥିଲେ ତାକୁ ଧ୍ୟାନରେ ରଖି ବଜେଟ ପ୍ରାବଧାନ କରା ଯାଇଛି । ଓଡିଶାକୁ ଚଳିତ ଆର୍ଥିକ ବର୍ଷରେ ଯାହା ମିଳିଛି ତାହା ପୂର୍ବରୁ କେବେ ମିଳି ନ ଥିଲା ବୋଲି ଶ୍ରୀ ସିଂହ ଦେଓ ପ୍ରକାଶ କରିବା ସହ ଏହା ଓଡିଶା ପାଇଁ ଏକ ବୃହତ୍ ବଜେଟ ଏବଂ ସାଧାରଣ ଜନତା ଏହାକୁ ସ୍ବାଗତ କରିଛନ୍ତି ବୋଲି କହିଛନ୍ତି । ଗତ ୨୪ ବର୍ଷର ସରକାର ଓଡିଶାର ଉନ୍ନତି ପାଇଁ କିଛି କରି ନ ଥିଲେ ।

ଏହି ବଜେଟରେ ଓଡିଶାକୁ ପ୍ରତ୍ଯେକଟି କ୍ଷେତ୍ରରେ ବିଶେଷ ଭାବେ ଧ୍ୟାନ ଦିଆ ଯାଇଛି , ଯାହାଦ୍ବାରା ଓଡିଶାର ଲୋକମାନେ ବିଶେଷ ଭାବେ ଉପକୃତ ହେବେ । ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଓଡିଶାକୁ ଯେତିକି ସହାୟତା ଦରକାର ସେ ସମସ୍ତ ବ୍ୟବସ୍ଥା ବଜେଟରେ ରହିଛି । ବର୍ତ୍ତମାନର ଓଡିଶା ସରକାର ଏ ଦିଗରେ ପ୍ରଯତ୍ନ ଆରମ୍ଭ କରିଛନ୍ତି ବୋଲି ଶ୍ରୀ ସିଂଦେଓ କହିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories