www.samajalive.in
Saturday, December 13, 2025
26.1 C
Bhubaneswar

ସ୍କୁଲ ପରିସରରେ ପାଣି, ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ

ଫୁଲବାଣୀ : ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ । ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ ବିଦ୍ୟାଳୟ ପରିସରରେ  ହେଉନି କାମ ।ସରକାର ଶିକ୍ଷାର ଉନ୍ନତି ନିମନ୍ତେ ବିଦ୍ୟାଳୟର ଭିତ୍ତିଭୂମି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ତାହା ଗ୍ରାମାଞ୍ଚଳରେ ପହଞ୍ଚି ପାରୁନାହିଁ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦଳପଡା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟରେ ବର୍ଷା ହେଲେ ସ୍କୁଲ ପରିସର ମଧ୍ୟରେ ପାଣି ଜମି ରହୁଥିବାବେଳେ ଏହି ବିଷୟରେ ବାରମ୍ବାର ସରପଞ୍ଚଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୈାଣସି କାର୍ଯ୍ୟ କରାଯାଉନାହିଁ । ବର୍ଷା ଲାଗି ରହୁଥିବାରୁ ସ୍କୁଲ ଗୃହଠାରୁ ଗେଟ୍ ପର୍ଯ୍ୟନ୍ତ ଆଣ୍ଠୁଏ ପାଣି ଜମି ରହୁଥିବାରୁ ପିଲାମାନେ ବିଦ୍ୟାଳୟକୁ ଯିବାଆସିବାରେ ହଇରାଣ ହେଉଛନ୍ତି ।

ପୂର୍ବରୁ ମଧ୍ୟ ଠିକ୍ ଏହିପରି ସମସ୍ୟା ଦେଖାଦେଇଥିଲା । ସେହି ସମୟରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପଦ୍ମିନୀ ମଲିକଙ୍କୁ ଜଣାଇବାରୁ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି କାମ ନ ହୋଇଥିବାରୁ କୁନି କୁନି ପିଲାମାନେ ପାଣିରେ ନାହିଁ ନଥିବା ସମସ୍ୟାରେ ପଡ଼ୁଛନ୍ତି । ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଏହି ସମସ୍ୟାକୁ ଦୃଷ୍ଟି ଦେଇ ଯଥାଶୀଘ୍ର ମାଟି ନଚେତ୍ ପକ୍କା କରିବା ପାଇଁ ଅଞ୍ଚଳ ତରଫରୁ ଦାବି ହୋଇଛି ।

ମାଙ୍କଡ ଓ ବଜ୍ରକାପ୍ତା ଉଦ୍ଧାର କଲା ବନବିଭାଗ 

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories