କେନ୍ଦ୍ର ସାଧାରଣ ବଜେଟ୍ ; ସୁନା,ରୁପା ଓ ପ୍ଲାଟିନମ୍ ପାଇଁ ବଡ ଘୋଷଣା
ନୂଆଦିଲ୍ଲୀ : ଲୋକସଭାରେ ମଙ୍ଗଳବାର ପୂବାହ୍ନ ୧୧ଟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୪ -୨୫ର କେନ୍ଦ୍ର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ସୁନା, ରୁପା ଓ ପ୍ଲାଟିନମ୍ ଉପରେ ସୀମା ଶୁଳ୍କ ୬%କୁ ହ୍ରାସ କରାଯିବା ପ୍ଲାଟିନମ୍ ଉପରୁ ସୀମା ଶୁଳ୍କ ୬.୪% ହ୍ରାସ କରାଯିବ ନେଇ ବଜେଟ୍ ରେ ଘୋଷଣା କରାଯାଇଛି । ମୋବାଇଲ୍ ଫୋନ୍ ଓ ଚାର୍ଜର ଉପରେ ସୀମା ଶୁଳ୍କ ୧୫% ହ୍ରାସ ସହ ଆଉ ୩ ପ୍ରକାର କ୍ୟାନସର ଔଷଧ ଉପରେ ମଧ୍ୟ ଶୁଳ୍କ ଛାଡ ନେଇ ଘୋଷଣା କରାଯାଇଛି।
ସୁନା ଓ ରୁପା ଉପରେ ସୀମା ଶୁଳ୍କ ୬ ପ୍ରତିଶତ ଏବଂ ପ୍ଲାଟିନମ୍ ରେ ୬.୪ ପ୍ରତିଶତ ହ୍ରାସ ପାଇବ।
ସାଧାରଣ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ମୋବାଇଲ୍ ଫୋନ୍ ଏବଂ ଉପକରଣର ଘରୋଇ ଉତ୍ପାଦନ ବୃଦ୍ଧି ପାଇଛି । ମୋବାଇଲ୍ ଫୋନ୍ ଏବଂ ମୋବାଇଲ୍ ଚାର୍ଜର୍ ଉପରେ ସୀମା ଶୁଳ୍କ ହ୍ରାସ ପାଇବ । ମୋବାଇଲ୍ ଫୋନ୍ ଏବଂ ମୋବାଇଲ୍ ଚାର୍ଜର୍ ଶସ୍ତା ହେବ।
କର୍କଟ ରୋଗୀଙ୍କ ପାଇଁ ଆଉ ୩ ପ୍ରକାର ଔଷଧ ଉପରେ ସୀମା ଶୁଳ୍କ ସମ୍ପୂର୍ଣ୍ଣ ଛାଡ କରାଯିବ।
ମାଗଣା ସୋଲାର ବିଦ୍ୟୁତ ଯୋଜନା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରି କହିଛନ୍ତି, ‘ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନା ଆରମ୍ଭ ହୋଇଛି । ଯେଉଁଥିରେ ଛାତ ଉପରେ ସୋଲାର ପ୍ୟାନେଲ ଲଗାଯିବ, ଯେଉଁଥିପାଇଁ ୧ କୋଟି ପରିବାର ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇପାରିବେ । ପ୍ରତି ମାସରେ ମାଗଣା ବିଦ୍ୟୁତ୍ , ଏହି ଯୋଜନା ଏହାକୁ ଆହୁରି ପ୍ରୋତ୍ସାହିତ କରିବ।
Comments are closed.