www.samajalive.in
Saturday, December 6, 2025
26.1 C
Bhubaneswar

ଲାଲୁଙ୍କ ଜାମିନ ଆବେଦନ ଶୁଣାଣି ଆଜି

ନୂଆଦିଲ୍ଲୀ: ଗୋ ଖାଦ୍ୟ ଦୁର୍ନୀତିରେ ଜେଲଦଣ୍ଡ ଭୋଗୁଥିବା ବିହାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ଆଜି ଅର୍ଥାତ୍‍ ଶୁକ୍ରବାର ବେଶ୍‍ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ସ୍ୱାସ୍ଥ୍ୟବସ୍ଥା କାରଣରୁ ରାଞ୍ôଚ ଉଚ୍ଚ ନ୍ୟାୟାଳୟରେ ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ହେବ। ସମ୍ପ୍ରତ୍ତି ଲାଲୁ ରାଞ୍ôଚ ସ୍ଥିତ ରିମ୍ସ ଡାକ୍ତରଖାନାରେ କ୍ରନିକ କିଡ଼ନୀ, ହାର୍ଟ ଓ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି। ୧୧ଟି କଠିନ ରୋଗରେ ଆକ୍ରାନ୍ତ ଲାଲୁଙ୍କ ପାଇଁ ଆଜିର ଶୁଣାଣି ମକର ସଂକ୍ରାନ୍ତିରେ ସେ ବାହାରେ ରହିବେ ନା’ ଜେଲ ଡାକ୍ତରଖାନାରେ ରହିବେ ତାହା ସ୍ପଷ୍ଟ ହୋଇଯିବ। ଏଥିପାଇଁ ପାଟନା ସ୍ଥିତ ଲାଲୁଙ୍କ ବାସଭବନରେ ଦଳୀୟ ବରିଷ୍ଠ ନେତାଙ୍କ ଆଗମନ ହେବାରେ ଲାଗିଛି। ସେଠାରେ ରାବରି ଦେବୀ ଓ ତେଜପ୍ରତାପଙ୍କ ସହ ବରିଷ୍ଠ ନେତା ଆଲୋଚନା କରୁଥିବା ଦୃଶ୍ୟମାନ ହେଉଛି।
ଅପରପକ୍ଷରେ ଲାଲୁଙ୍କ ଜାମିନ ଆବେଦନର ଶୁଣାଣି ଶୁକ୍ରବାର କରିବାକୁ ପୂର୍ବରୁ ଧାର୍ଯ୍ୟ ହୋଇଛି। ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାର ଆଳ ଦେଖାଇ ତାଙ୍କୁ ଜାମିନ ପ୍ରଦାନ କରିବାକୁ କୋର୍ଟରେ ଗୁହାରି କରାଯାଇଛି। ଜାମିନ ପାଇଁ ଲାଲୁଙ୍କ ପକ୍ଷରୁ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ବରିଷ୍ଠ ନେତା କପିଲ ସିବଲ କୋର୍ଟରେ ଆବେଦନ କରିବେ।
୨୧ ଡିସେମ୍ବରରେ ମଧ୍ୟ ଲାଲୁଙ୍କ ଜାମିନ ଆବେଦନ ଶୁଣାଣି ହେବାକୁ ଥିଲା। ତେବେ ସିବିଆଇର ଆବେଦନକୁ ଗୁରୁତ୍ୱ ଦେଇ କୋର୍ଟ ଏହି ଶୁଣାଣିକୁ ଜାନୁୟାରୀ ୪କୁ ଘୁଞ୍ଚାଇ ଦେଇଥିଲେ। ଶୁକ୍ରବାର ହେବାକୁ ଥିବା ଶୁଣାଣିରେ କୋର୍ଟରେ ସିବିଆଇ ବିରୋଧ କରିବ ନିଶ୍ଚିତ। ତେବେ ଏଥିପାଇଁ ସିବିଆଇ ପକ୍ଷରୁ କି ପ୍ରକାର କାରଣ ଦର୍ଶାଯିବ ଏହାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି।
ଲାଲୁଙ୍କ ଜାମିନକୁ ନେଇ ଏଲଜେପି ସାଂସଦ ଚିରାଗ ପାଶୱାନ ପ୍ରତ୍ରିକ୍ରିୟା ରଖିଛନ୍ତି। ଲାଲୁ ଡାକ୍ତରଖାନାରେ ରହି ମହାମେଣ୍ଟ ପାଇଁ ଗୋଟି ଚାଲଣା କରୁଛନ୍ତି। ସେ ବାହାରେ ରୁହନ୍ତୁ କିମ୍ବା ଡାକ୍ତରଖାନାରେ, ତାଙ୍କ ରାଜନୈତିକ ଅଭିସନ୍ଧିରେ କୌଣସି ପ୍ରଭାବ ପଡ଼ୁ ନାହିଁ ବୋଲି ଚିରାଗ କହିଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories