www.samajalive.in
Wednesday, December 10, 2025
14.1 C
Bhubaneswar

ନୂଆ ଖଣ୍ଡପୀଠରେ ହେବ ଅଯୋଧ୍ୟା ମାମଲା ଶୁଣାଣି

ନୂଆଦିଲ୍ଳୀ: ଅଯୋଧ୍ୟାର ବିବାଦୀୟ ଜମିରେ ରାମମନ୍ଦିର ନିର୍ମାଣ ସମ୍ପର୍କିତ ମାମଲାର ଶୁଣାଣି ପାଇଁ ତିନିଜଣିଆ ଖଣ୍ଡପୀଠ ଗଠନ କରାଯିବ। ଆସନ୍ତା ୧୦ ତାରିଖରେ ନୂଆ ଖଣ୍ଡପୀଠରେ ମାମଲାର ପରବର୍ତ୍ତୀ ଶୁଣାଣି ଆରମ୍ଭ ହେବ। ଶୁକ୍ରବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୦, ସେପ୍ଟେମ୍ବର ୩୦ ତାରିଖରେ ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରି ମସଜିଦ୍‍ ମାମଲାର ଶୁଣାଣି ଅବସରରେ ଆହ୍ଲାବାଦ୍‍ ହାଇକୋର୍ଟ ବିବାଦୀୟ ଜମି ହିଁ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ବୋଲି ରାୟ ଦେଇଥିଲେ। ଏଥିସହିତ ୨.୭୭ ଏକର ବିବାଦୀୟ ଜମିକୁ ନିର୍ମୋହି ଆଖଡ଼ା, ସୁନ୍ନି ସେଣ୍ଟ୍ରାଲ୍‍ ୱାକ୍‍ଫ ବୋର୍ଡ ଓ ରାମଲାଲା ଟ୍ରଷ୍ଟ ମଧ୍ୟରେ ସମାନ ଭାବରେ ବାଣ୍ଟ ଦେବା ପାଇଁ ନିର୍ଦେଶ ଦେଇଥିଲେ। ଆହ୍ଲାବାଦ ହାଇକୋର୍ଟଙ୍କ ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା।
ଭାରତ ସରକାର ବନାମ ଡ. ଇସମାଇଲ୍‍ ଫାରୁକ୍‍ଙ୍କ ମାମଲାରେ ୧୯୯୪ରେ ସାମ୍ବିଧାନିକ ଖଣ୍ଡପୀଠ ଦେଇଥିବା ରାୟ ଆଧାରରେ ୨୦୧୦ରେ ଆହ୍ଲାବାଦ୍‍ ହାଇକୋର୍ଟ ଉପରୋକ୍ତ ରାୟ ଦେଇଥିଲେ। ତେଣୁ ସାମ୍ବିଧାନିକ ଖଣ୍ଡପୀଠ ଦେଇଥିବା ରାୟର ଉପଯୁକ୍ତ ତର୍ଜମା ହୋଇ ନଥିବା ଦର୍ଶାଇ ଆହ୍ଲାବାଦ୍‍ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ୨୦୧୭ରେ ସୁପ୍ରିମକୋର୍ଟରେ ପୁଣି ଏକ ମାମଲା ଦାୟର ହୋଇଥିଲା। ୧୯୯୪ ରାୟର ତର୍ଜମା ପାଇଁ ୨୦୧୮ରେ ସୁପ୍ରିମକୋର୍ଟ ମନା କରି ଦେଇଥିଲେ।
ମାମଲାର ତ୍ୱରିତ ଶୁଣାଣି ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ସ୍ୱତନ୍ତ୍ର ପରିଷଦ ଦ୍ୱାରା ହୋଇଥିବା ଆବେଦନକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏସ କେ କୌଲ ଓ କେ ଏମ ଜୋଶେଫ୍‍ଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଗତ ବର୍ଷ ଅକ୍ଟୋବର ୨୯ ତାରିଖରେ ଖାରଜ କରିବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯ ଜାନୁଆରୀ ପ୍ରଥମ ସପ୍ତାହକୁ ଘୁଞ୍ଚାଇ ଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories