www.samajalive.in
Saturday, December 13, 2025
26.1 C
Bhubaneswar

ଦାଦନ ଯାଇ ଦୁଇ ଯୁବକ ଅପହୃତ, ମାଡ଼ ମାରି ଟଙ୍କା ମାଗିବା ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧ କାତିପାଡୁ ପଞ୍ଚାୟତର ଅଡୁଗୁଡା ଗ୍ରାମର ଦୁଇ ଯୁବକକୁ ଦୁର୍ବୁତ୍ତ ଅପହରଣ କରିନେଇ ମାଡ଼ ମାରି ଟଙ୍କା ମାଗୁଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ଅଡୁଗୁଡା ଗ୍ରାମର ବୃନ୍ଦା ହିକକାଙ୍କ ପୁଅ ଗଙ୍ଗାରାଓ ହିକକା (୨୫) ଓ ମୃତ କାଟ୍ରି ମାଣ୍ଡିକାଙ୍କ ପୁଅ ସନ୍ତୋଷ ମାଣ୍ଡିକା (୨୫) ଦୁହେଁ ଚଳିତ ମାସ ୧୩ ତାରିଖ ଦିନ କେରଳ ଦାଦନ ଖଟିବାକୁ ଯାଇଥିଲେ। ଦୁହେଁ ହାଲୁଆ ରେଳ ଷ୍ଟେସନରେ ଓଲ୍ଲାଇ ତାମିଲନାଡୁ ଯିବା ବେଳେ ସେହି ଠାରୁ ଦୁଇ ଜଣଙ୍କୁ କେହି ଦୁର୍ବୁତ୍ତ ଅପହରଣ କରି ନେଇ ମାଡ଼ ମାରି ପିଲାଙ୍କ ଫୋନ ମାଧ୍ୟମରେ ନିଜ ନିଜ ଘରକୁ ଫୋନ କରି ଟଙ୍କା ନ ଦେଲେ ଜୀବନରେ ମାରି ଦେବେ କହି ମାଡ଼ ମାରିଥିଲେ। ଏହାକୁ ଫୋନ ମାଧ୍ୟମରେ ଶୁଣାଇ ଥିଲେ। ଫୋନ ବନ୍ଦ କରି ଦେଉଥିଲେ। ଆଜି ଗୋଟିଏ ଦିନରେ ବାରମ୍ବାର ଫୋନ କୋଲ ଆସିବାରୁ ପରିବାର ଲୋକେ ପିଲାର ଜୀବନ ବଞ୍ଚି ଯାଉ ବୋଲି ସୁନା ଗହଣା ବନ୍ଧକ ରଖି ୧୮ ହଜାର ଟଙ୍କା ଲେଖାଏଁ ଦେବାକୁ ରାଜି ହୋଇଥିଲେ। ପରେ ୯୬୯୨୧୭୨୬୮୭ କର୍ଣ୍ଣ କୁଲେସିକା ଓ ଅନ୍ୟ ୬୨୮୨୯୫୩୫୬୨ ନାଜିରୂଲ ଇସଲାମ ନାମକ ବ୍ୟକ୍ତିଙ୍କ ଫୋନ ପେ ନମ୍ବରରେ ଟଙ୍କା ପଠାଇଥିଲେ। ଦୁର୍ବୁତ୍ତ ଟଙ୍କା ଦେବା ପରେ ଯୁବକଙ୍କୁ ଛାଡି ଦିଆଯିବ ବୋଲି କହିଥିଲେ। କିନ୍ତୁ ଦୁଇ ଲୋକଙ୍କ ଠାରୁ ୧୮୦୦୦ଟଙ୍କା ଲେଖାଏଁ ନେବା ପରେ ଉଭୟ ଯୁବକଙ୍କ ଫୋନ ବନ୍ଦ କରିଦେଇଥିଲେ। ଯୁବକଙ୍କୁ ଛାଡି ନଥିବା ସନ୍ଦେହ କରି ଉଭୟ ପରିବାର ପକ୍ଷରୁ କଲ୍ୟାଣସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories