www.samajalive.in
Saturday, December 13, 2025
26.1 C
Bhubaneswar

ଅଫିସ ସରିବା ପରେ ଅଟୋ ରିକ୍ସା ଚଳାଉଛନ୍ତି ଆଇଟି ଇଞ୍ଜିନିୟର

ନୂଆଦିଲ୍ଲୀ : ଅନେକ ଲୋକ ନିଜ ପରିବାର ଚଳାଇବା ପାଇଁ ଏକାଧିକ କାମ କରିଥାନ୍ତି । ଅଧିକ କିଛି ପଇସା ରୋଜଗାର ପାଇଁ ସମୟ ବାହାର କରି ଅନ୍ୟ କିଛି କାମ କରିଥାନ୍ତି ଆଜିକାଲିର ଯୁବପିଢି । ଏବେ ଏମିତି ଏକ ମାମଲା ସାମ୍ନାକୁ ଆସିଛି । ବେଙ୍ଗାଲୁରୁରେ ଜଣେ ଆଇଟି କର୍ମଚାରୀ ଫାଙ୍କା ସମୟରେ ଅଟୋରିକ୍ସା ଚଳାଉଥିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

- Advertisement -

ବେଙ୍ଗାଲୁରୁର ଏକ କମ୍ପାନୀରେ କାମ କରୁଥିବା ଭେଙ୍କଟେଶ୍ ଗୁପ୍ତା ନିଜ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି ୩୫ ବର୍ଷୀୟ ସଫ୍ଟଓ୍ବେୟାର ଇଞ୍ଜିନିୟର କୋରମଙ୍ଗଲରେ ନମ୍ମା ଅଟୋ ରିକ୍ସା ଚଳାଉଛନ୍ତି । ଏହି ଇଞ୍ଜିନିୟର ମାଇକ୍ରୋସଫ୍ଟର ହୁଡି ପିନ୍ଧିଥିଲେ । ପରେ ଜଣାପଡିଲା କି ସେ ମାଇକ୍ରୋସଫ୍ଟର କର୍ମଚାରୀ । ତେବେ ପଚାରି ବୁଝି ଭେଙ୍କଟେଶ ଜାଣିପାରିଲେ କି ଯୁବକ ଜଣକ ଅଫିସରୁ ଫେରି ଘରେ ଏକା ବୋର୍ ହୁଅନ୍ତି । ତେଣୁ କିଛି ପଇସା ଆୟ କରିବା ପାଇଁ ସେ ଏହି ଉପାୟ ଆପଣାଇଛନ୍ତି । ଫଟୋଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏହାକୁ ପସନ୍ଦ କରିବା ସହ ସେୟାର କରୁଛନ୍ତି । କିଛି ୟୁଜର ପ୍ରତିକ୍ରିୟା ରଖି ସେହି ଯୁବକଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି ।

ଅଗ୍ନିକାଣ୍ଡ ଯୋଗୁଁ କ୍ଷତିଗ୍ରସ୍ତ ହେଲା ଯୁଦ୍ଧ ଜାହାଜ ଆଇଏନଏସ୍ ବ୍ରହ୍ମପୁତ୍ର

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories