www.samajalive.in
Saturday, December 13, 2025
26.1 C
Bhubaneswar

ଯାଇପାରିଲେନି ବୋଲି କାଟିଦେଲେ ବାର୍ଦ୍ଧକ୍ୟ ଭତ୍ତା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଅରାପାଜୁ ଗ୍ରାମପଞ୍ଚାୟତ ଗ୍ରାମର ବୟସାଧିକ କାରଣରୁ ଚଲାବୁଲା କରିପାରୁନଥିବା ବୈଦେହୀ ଦେହୁରୀଙ୍କ ବୟସ ପ୍ରାୟ ୮୦ ଛୁଇଁଲାଣି। ବୈଦେହୀ ଦେହୁରୀ ଗତ ଜୁନ ମାସରେ ଗ୍ରାମପଞ୍ଚାୟତ ଯାଇ ଭତ୍ତା ଟଙ୍କା ଆଣିବାକୁ ଅକ୍ଷମ ହେବାରୁ ତାଙ୍କର ପୁଅ ମହେନ୍ଦ୍ର ଦେହୁରୀ ମାଁଙ୍କ ବାର୍ଦ୍ଧକ୍ୟ ଭତ୍ତା ଖାତା ନେଇ ପଞ୍ଚାୟତକୁ ଯାଇଥିଲେ ଭତ୍ତା ଟଙ୍କା ଆଣିବା ପାଇଁ। ହେଲେ ଅରାପାଜୁ ଗ୍ରାମ ପଞ୍ଚାୟତ ପିଇଓ ଶ୍ରଦ୍ଧାଞ୍ଜଳି ରାଉତରାୟ ତାଙ୍କ ପୁଅଙ୍କୁ ଭତ୍ତା ଟଙ୍କା ଦେଲେନାହିଁ ଏବଂ ନିଜେ ହିତାଧିକାରୀ ଆସିଲେ ହିଁ ଟଙ୍କା ନେଇକି ଯିବେ ବୋଲି କହିଥିଲେ। ଫଳରେ ବୈଦେହୀ ଗ୍ରାମପଞ୍ଚାୟତ ଯାଇନପାରିବାରୁ ଆଉ ଜୁନ ମାସରେ ଭତ୍ତା ମଧ୍ୟ ପାଇନଥିବା କହିଥିଲେ ତାଙ୍କ ପୁଅ ମହେନ୍ଦ୍ର। ଚଳିତ ଜୁଲାଇ ମାସରେ ମଧ୍ୟ ସମସ୍ତେ ଭତ୍ତା ଟଙ୍କା ପାଇଥିବା ବେଳେ ଏଥର ମଧ୍ୟ ବୈଦେହୀ କଥା ଭୁଲିଗଲେ ସରକାରୀ ଅଧିକାରୀ। ଫଳରେ ସେ ଦୁଇମାସ ଧରି ନିଜର ଅଧିକାରରୁ ବଞ୍ଚିତ ହୋଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ପରେ ଅରାପାଜୁ ଗ୍ରାମପଞ୍ଚାୟତ ପିଇଓ ଶ୍ରଦ୍ଧାଞ୍ଜଳି ରାଉତରାୟଙ୍କୁ ପଚରା ଯିବାରୁ ଦୁଇମାସ ଧରି ବୈଦେହୀ ଭତ୍ତା ପାଇନଥିବା ସ୍ୱୀକାର କରିଥିବା ବେଳେ ଆସନ୍ତାକାଲି ତଦନ୍ତ କରି ସମସ୍ୟା ସମାଧାନ କରିବେ ବୋଲି କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories