www.samajalive.in
Sunday, December 14, 2025
26.1 C
Bhubaneswar

ବିଭିନ୍ନ ଶିକ୍ଷାନୁଷ୍ଠାନରେ ‘ଶିକ୍ଷା ସପ୍ତାହ’ ପାଳନ

ଘଣ୍ଟାପଡା: କଣ୍ଟାମାଳ ବ୍ଲକ ଉମା ହାଇସ୍କୁଲରେ ପ୍ରଧାନ ଶିକ୍ଷକ କଷ୍ଟେଶ୍ୱର ଭୋଇଙ୍କ ଅଧ୍ୟକ୍ଷତାରେ ସୋମବାର ‘ଶିକ୍ଷା ସପ୍ତାହ’ ପାଳନ କରାଯାଇଛି। ଜାତୀୟ ଶିକ୍ଷା ନୀତି (ଏନଇପି)ର ବାର୍ଷିକୀ ଅବସରରେ ଏହା ପାଳନ କରାଯାଉଛି। ସୂଚନା ମୁତାବକ ଆଜି ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନକୁ ଏହା ସ୍ୱତନ୍ତ୍ର ଭାବେ ପାଳନ କରାଯିବ। ଆଜି ପ୍ରଥମ ଦିନ ଶିକ୍ଷକ ଶିକ୍ଷା ସାମଗ୍ରୀ (ଟିଏଲଏମ) ଦିବସ ପାଳନ କରାଯାଇଛି। ସ୍ଥାନୀୟ ପ୍ରସଙ୍ଗ ଓ ଏହାକୁ ଶ୍ରେଣୀ ଗୃହରେ କିପରି ବ୍ୟବହାର କରାଯିବ ସେନେଇ ଆଲୋଚନା କରାଯାଇଛି। ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରକଳ୍ପ ତିଆରି କରି ଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷା ସପ୍ତାହ ପାଳନ କରାଯାଇଛି। ଅନ୍ୟପକ୍ଷରେ କଣ୍ଟାମାଳ ବ୍ଲକ ଉମା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories