www.samajalive.in
Sunday, December 14, 2025
26.1 C
Bhubaneswar

ଇସ୍ପାତ ପ୍ରକଳ୍ପ ସ୍ଥାପନ ପାଇଁ ଲୋକସଭାରେ ଦୃଢ ଦାବି କଲେ ସାଂସଦ ଅନନ୍ତ ନାୟକ

ପାଟଣା: ଜିଲ୍ଲାରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉ ବୋଲି ଆଜି ସଂସଦ ଅଧିବେଶନର ପ୍ରଥମ ଦିନରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଜୋରଦାର ଭାବେ ଜିଲ୍ଲାର ଏହି ପୁରୁଣା ଦାବିକୁ ଉଠାଇଛନ୍ତି। କେବଳ ସେତିକି ନୁହେଁ ସେ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ବଳିଷ୍ଠ ଯୁକ୍ତି ମଧ୍ୟ ଉପସ୍ଥାପନ କରିଛନ୍ତି। ଶ୍ରୀ ନାୟକ କହିଛନ୍ତି ଯେ ଓଡିଶା -ଝାଡଖଣ୍ଡ ସୀମାରେ ଥିବା କେନ୍ଦୁଝର- ସିଂହଭୂମି-ବଣେଇ କରିଡର ଖଣିଜ ପଦାର୍ଥରେ ପରିପୂର୍ଣ। ଏହି କରିଡରର ବଡ ଭାଗ କେନ୍ଦୁଝର ଜିଲ୍ଲାରେ ରହିଛି। ୨୫ ଶହ ମିଲିୟନ ଟନର ଏସିଆର ସବୁଠାରୁ ବଡ ଓ ସବୁଠାରୁ ଅଧିକ ବିକଶିତ ଲୌହ ଖଣିଜ ରିଜର୍ଭ କେନ୍ଦୁଝର ଜିଲ୍ଲାରେ ରହିଛି। ସରକାର ଦ୍ୱାରା ଏହି ଖଣିରୁ ଖଣିଜ ପଦାର୍ଥ ରପ୍ତାନୀ କରାଯାଉଛି। ଏତେ ଖଣିଜ ସମ୍ପଦରେ ପରିପୂର୍ଣ ହୋଇଥିବା ସତ୍ୱେ କେନ୍ଦୁଝର ଜିଲ୍ଲା ଅତ୍ୟନ୍ତ ପଛୁଆ ଅଂଚଳ ହୋଇ ରହିଛି। ଏହି ଅଂଚଳର ଯୁବକ ମାନଙ୍କ ପାଇଁ ରୋଜଗାର ସୁଯୋଗର ଅଭାବ ରହିଛି। ତେଣୁ ସେମାନେ ବାଧ୍ୟ ହୋଇ ରୋଜଗାର ପାଇଁ ଅନ୍ୟ ରାଜ୍ୟ କିମ୍ବା ସହର ମାନଙ୍କୁ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି। କେନ୍ଦୁଝରରେ ରହିଥିବା ଏହି ଉଚ୍ଚ ମାନର ଖଣିଜର ସଠିକ ବ୍ୟବହାର ପାଉଁ ଜିଲ୍ଲାରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି। ଏହା ଦ୍ୱାରା କେବଳ ଯେ ଏହି ଅଂଚଳର ସର୍ବାଙ୍ଗୀନ ବିକାଶ ହୋଇ ପାରିବ ତା ନୁହେଁ ବରଂ ସ୍ଥାନୀୟ ଯୁବକ ମାନଙ୍କ ପାଇଁ ରୋଜଗାର ସୃଷ୍ଟି ହୋଇପାରିବ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories