ଗୋପାଳପୁର : ଚୋରି ମାମଲାରେ ଗୋପାଳପୁର ପୁଲିସ ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳର ପିଲୁ ମୁଖି ବୋଲି ପୁଲିସ କହିଛି। ସୂଚନା ପ୍ରକାରେ ପୁରୁଣା ବକ୍ସିପଲ୍ଲୀ ଓ ଡ଼ିଆରପି କୋଲନିର ବି. କ୍ରିଷ୍ଣା ରାଓଙ୍କ ଲୁହା ୱେଲଡିଙ୍ଗ ଦୋକାନ ରହିଛି । ୩ ଦିନ ହେଲା ସେ ଅସୁସ୍ଥତା ଥିବାରୁ ଦୋକାନ ଖୋଲି ନଥିଲେ। ଦୋକାନର ତାଲା ବନ୍ଦ ଥିବା ଦେଖି ଗତକାଲି ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଦୋକାନ ରତାଲା ଭାଙ୍ଗି ଷ୍ଟିଲ ପାଇପ, ଲୁହା ପାଇପ, ଜି ଆଇ ପାଇପ ପ୍ରାୟ ୧୦ ହଜାର ଟଙ୍କାର ସାମଗ୍ରୀ ଚୋରି କରି ନେଇଥିଲେ ।
Related Posts
ଦୋକାନ ଖୋଲିବା ସମୟରେ ଦୋକାନରୁ ଚୋରି ହୋଇଥିବା ଜାଣି କ୍ରିଷ୍ଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୨୦୯/୨୪ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଦୋକାନରେ ଲାଗିଥିବା ସିସି ଫୁଟେଜକୁ ଆଧାର କରି ଆଜି ଅଭିଯୁକ୍ତ ପିଲୁକୁ ଷଣ୍ଢ ଛକ ଠାରେ ଆଜି କାବୁ କରି ପଚରା ଉଚରା କରିଥିଲା। ଚୋରି କରିଥିବା ସ୍ବୀକାର କରିବା ପରେ ତାକୁ ଆଜି କୋର୍ଟ ଚାଲାଣ ହୋଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।
Comments are closed.