www.samajalive.in
Wednesday, December 10, 2025
14.1 C
Bhubaneswar

ଧାନ କ୍ରୟ ନିମିତ୍ତ କୃଷକଙ୍କୁ ଅଗ୍ରୀମ ଚେକ୍‍ ଦେବ ରାଜ୍ୟ : ଖାଦ୍ୟମନ୍ତ୍ରୀ

କଲକାତା : କୃଷକଙ୍କଠୁ ଧାନ କ୍ରୟ ପାଇଁ ରାଜ୍ୟ ସରକାର ବହୁମୁଖୀ ପଦକ୍ଷେପ ଗ୍ରହଣ କରିଛି। ଏଥିପାଇଁ ଚାଷୀଙ୍କୁ ଆଗୁଆ ଚେକ୍‍ ପ୍ରଦାନ ନିମିତ୍ତ ରାଜ୍ୟ ସରକାର ପରିକଳ୍ପନା ଗ୍ରହଣ କରିଛି ବୋଲି ଖାଦ୍ୟ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ କହିଛନ୍ତି। ସେ କହିଛନ୍ତି ଯେ ଏଭଳି ଚେକ୍‍ ଯୋଗାଇ ଦେବା ପାଇଁ ପ୍ରତିଟି ଜିଲାକୁ ଚେକ୍‍ ପଠାଯାଇଛି। ରାଷ୍ଟ୍ରୟତ୍ତ ବ୍ୟାଙ୍କ ହଜାର ହଜାର ସଂଖ୍ୟକ ଚେକ୍‍ ଯୋଗାଇ ଦେବା ନିମିତ୍ତ ବିଶେଷ କାର୍ଯ୍ୟାଳୟ ସୃଷ୍ଟି କରାଯାଇଛି। ରାଷ୍ଟ୍ରୟତ୍ତ ବ୍ୟାଙ୍କ ପକ୍ଷରୁ ତତ୍ପରତାର ସହିତ ଚେକ୍‍ ଯୋଗାଇଦେବା ସମ୍ଭବ ହେଉନଥିବାରୁ ଏକ ବେସରକାରୀ ବ୍ୟାଙ୍କ ଏହି ଚେକ୍‍ ଯୋଗାଇ ଦେଇଛି। ବ୍ୟାଙ୍କର ଏହି ଚେକ୍‍ଗୁଡ଼ିକ ନିର୍ଦ୍ଦିଷ୍ଟ କୃଷକଙ୍କ ନିକଟରେ ପହଞ୍ଚାଇ ଦେବାର ବ୍ୟବସ୍ଥା ହୋଇଛି। ପ୍ରତିଟି ଜିଲାର ୫ଜଣ ଲେଖାଁ ଅଫିସର ଏହି ଚେକ୍‍ ଦାୟିତ୍ୱରେ ରହିବେ। ଜିଲାପାଳ ସେମାନଙ୍କୁ ଚୟନ କରିଛନ୍ତି।
ଏହା ସହିତ ଧାନର ମୂଲ୍ୟ ଦେବା ପାଇଁ ଖାଦ୍ୟ ଦପ୍ତର ପକ୍ଷରୁ ବିଶେଷ ଆକାଉଣ୍ଟ ମଧ୍ୟ ଜିଲା ସ୍ତରରେ ଖୋଲାଯାଇଛି। ତେଣୁ କୃଷକମାନେ ବିଶେଷ ଭାବେ ଉପକୃତ ହେବେ। ପୂର୍ବରୁ ମଧ୍ୟସ୍ଥତାକାରୀମାନେ ସେମାନଙ୍କୁ ଶୋଷଣ କରୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି ବିକଳ୍ପ ପନ୍ଥା ଗ୍ରହଣ କରିଛନ୍ତି। ତେଣୁ ସିଧାସଳଖ କୃଷକମାନେ ସେମାନଙ୍କ ଚେକ୍‍ ପାଇପାରିବେ। ଖାଦ୍ୟମନ୍ତ୍ରୀ
ଶ୍ରୀ ମଲ୍ଲିକ କହିଥିଲେ ଯେ ୪୫କ୍ୱିଣ୍ଟାଲ୍‍ ଧାନର ସରକାରୀ କ୍ରୟ ମୂଲ୍ୟ ଭିତ୍ତିରେ ସର୍ବୋଚ୍ଚ ଟଙ୍କାର ପରିମାଣର ନିର୍ଦ୍ଦାରିତ ହୋଇଛି। କୌଣସି ପ୍ରାର୍ଥୀ ୪୫ କ୍ୱିଣ୍ଟାଲ୍‍ରୁ ଅଧିକ ଧାନ ବିକ୍ରି କରିପାରିବେ ନାହିଁ। ଏହାଦ୍ୱାରା ମଧ୍ୟସ୍ଥତାକାରୀମାନେ ଯେଉଁ ଚତୁରତା ପ୍ରଦର୍ଶନ କରୁଥିଲେ ତାହାକୁ ରୋକିହେବ। କୃଷକମାନେ ସରକାରଙ୍କ ପ୍ରଦତ୍ତ ବିଶେଷ ସୁଯୋଗ ପାଇବା ସମ୍ଭବ ହେବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories