www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ରାବଣ ପ୍ରଥମ ସୋମବାରରେ ଅଘଟଣ: ବସ୍‌ ଓଲଟି ୧୭ କାଉଡିଆ ଆହତ

ଯାଜପୁର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଜଳାଭିଷେକ ପାଇଁ ଆଜି ସକାଳୁ ସକାଳୁ ରାଜ୍ୟର ପ୍ରାୟ ସବୁ ଶୈବପୀଠରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ଏକ ବଡ ଅଘଟଣର ଖବର ସାମ୍ନାକୁ ଆସିଛି। ଯାଜପୁରରେ କାଉଡିଆଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୭ଜଣ କାଉଡିଆ ଆହତ ହୋଇଥିବା ସୂଚନା ମିଳିଛି। ଏନଏଚ୍ ୨୦ ଚାନ୍ଦପୁର ନିକଟରେ ଡିଭାଡରରେ ପିଟି ହୋଇ ବସଟି ଓଲଟିପଡିଛି। ଏଥିରେ ୧୭ଜଣ କାଉଡିଆ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଯାଜପୁର ରୋଡ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ରବିବାର ବିଳମ୍ବିତ ରାତିରେ କାଉଡିଆଙ୍କୁ ନେଇ ବସଟି ଆନନ୍ଦପୁରରୁ ପୁରୀ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories