www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ରାବଣ ପ୍ରଥମ ସୋମବାର: ଲିଙ୍ଗରାଜରେ ଭୋର ୪ଟାରୁ ସାହାଣମେଲା ଦର୍ଶନ

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠରେ ସକାଳୁ ସକାଳୁ ଭିଡ଼ ଦେଖିବାକୁ ମିଳିଛି । ଶ୍ରାବଣରେ ମନସ୍କାମନା ପୂରଣ ପାଇଁ ମହାଦେବଙ୍କୁ ଜଳଲାଗି କରିବାକୁ ଦୂର ଦୂରାନ୍ତରୁ ଶୈବପୀଠକୁ ପାଣି ଆଣି ଆସିଥାନ୍ତି । ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଜଳ ଲାଗି ପାଇଁ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି । ଲିଙ୍ଗରାଜଙ୍କ ନିକଟରେ ଶ୍ରାବଣ ନୀତି ନିର୍ଘଣ୍ଟ ଅନୁଯାୟୀ ସୋମବାର ଭୋର ୩ଟାରୁ ମନ୍ଦିର ଖୋଲାଯାଇଛି । ଭୋର ସାଢେ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ପରେ ଧାଡିକରି କାଉଡିଆମାନେ ମନ୍ଦିରକୁ ପ୍ରବେଶ କରି ଜଳା ଲାଗି କରୁଛନ୍ତି । ଚଳିତ ବର୍ଷ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories