ବାସୁଦେବପୁର : ବାସୁଦେବପୁର ବରଣ୍ଡୁଆ ପଞ୍ଚାୟତ ରତାଙ୍ଗଠାରେ ଅଭାବନୀୟ ଘଟଣା ଘଟିଛି। ଏକ ପୋଲ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ସ୍ଥାନୀୟ ପଞ୍ଚାୟତର ଗୌରାଙ୍ଗ ଦାସଙ୍କ ପୁଅ କୈଳାଶ ବୋଲି ଜଣାପଡିଛି। ଆଜି ସକାଳେ କିଛି ସ୍ଥାନୀୟ ଲୋକ ପୋଲ ତଳେ କୈଳାଶଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। କୈଳାଶଙ୍କ କେହି ହତ୍ୟା କରି ପୋଲ ତଳେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ।
Popular Categories



