www.samajalive.in
Saturday, December 13, 2025
26.1 C
Bhubaneswar

ଗୋପାଳପୁର ବେଳାଭୂମିରେ ବର୍ଦ୍ଧିତ ପାର୍କିଂ ଫି ଆଦାୟ ଅଭିଯୋଗ

ଗୋପାଳପୁର: ଗୋପାଳପୁର ଏନଏସି ପକ୍ଷରୁ ବେଳାଭୂମି ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ଗାଡି ମୋଟର ଗୁଡ଼ିକୁ ବ୍ୟବସ୍ଥିତ ଢ଼ଙ୍ଗରେ ଗୋଟିଏ ସ୍ଥାନରେ ପାର୍କିଂ କରାଇ ତାକୁ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ବେଳାଭୂମି ପାଇଁ ପାର୍କିଂ ବ୍ୟବସ୍ଥା କରାଯିବା ସହ ଲିଜ ଆକାରରେ ଦିଆ ଯାଇଥାଏ। ଚଳିତ ବର୍ଷ ମଧ୍ୟ ବାର୍ଷିକ ୪,୨୦,୧୦୦ ଟଂକା ବିନିମୟରେ ବେଳାଭୂମି ପାର୍କିଂ ଫିସ ଆଦାୟ ନିମନ୍ତେ ଜି କାମ ରାଜୁଙ୍କୁ ଲିଜ ଦିଆ ଯାଇଛି। ଏହା ସହ ଏନଏସି ପକ୍ଷରୁ ଦୁଇ ଚକିଆ ଯାନ ନିମନ୍ତେ ୧୦ ଟଙ୍କା ପାର୍କିଂ ଫିସ ଧାର୍ଯ୍ୟ କରା ଯାଇଥିବା ସହ ତିନି ଚକିଆ ଯାନ ନିମନ୍ତେ ୨୦ ଟଙ୍କା, ଚାରି ଚକିଆ ଯାନ ନିମନ୍ତେ ୪୦ ଓ ବସ ନିମନ୍ତେ ୧୦୦ ଟଙ୍କା ଆଦାୟ ନିମନ୍ତେ ଦର ଧାର୍ଯ୍ୟ କରାଯାଇଛି। କିନ୍ତୁ ଏହା ମଧ୍ୟରେ ଲିଜ ଏଗ୍ରିମେଣ୍ଟର ୪ ମାସ ବିତିବାକୁ ଯାଉଥିବା ବେଳେ ବେଳାଭୂମିର କୈାଣସି ସ୍ଥାନ ପାର୍କିଂ ଫିସ ଦର ତାଲିକାର ସୂଚନା ଫଳକ ଲଗା ଯାଇନଥିବା ସହ ଗାଡ଼ି ମୋଟର କେଉଁ ସ୍ଥାନରେ ରଖିଲେ ଫିସ ଆଦାୟ ହେବ ତାହା ଉଲ୍ଲେଖ କରାଯାଇ ନାହିଁ। ଯାହା ଫଳରେ ଗୋପାଳପୁର ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ କେଉଁ ସ୍ଥାନରେ ଗାଡି ପାର୍କିଂ କଲେ ଫିସ ଦେବାକୁ ପଡିବ ଓ ନିଜ ଗାଡି ସୁରକ୍ଷିତ ରହିବେ ତାହା ଜାଣି ପାରୁ ନାହାଁନ୍ତି।ଅନ୍ୟପଟେ ଏନଏସି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ ପାର୍କ ଯିବା ରାସ୍ତାରେ ପାର୍କିଂ ସ୍ଥାନ ନିର୍ମିତ ହୋଇଥିବା ବେଳେ ଗୋପାଳପୁରରେ ଯେଉଁଠି ବି ଗାଡି ରଖିଲେ ପାର୍କିଂ ଫିସ ଆଦାୟ କରା ଯାଉଥିବା ସହ ଗାଡି ମୋଟର ସୁରକ୍ଷା ଦାୟିତ୍ବ ପାର୍କିଂ ଲିଜ ଧାରୀ ନେଉ ନଥିବା ଯୋଗୁଁ ଅନେକ ସମୟରେ ଗାଡି ମାଲିକ ଓ ପାର୍କିଂ ଲିଜଧାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବା ପରିସ୍ଥିତି ସୃଷ୍ଟି ହେଉଛି। ବିଶେଷ କରି ଲିଜ ଧାରୀ ନିର୍ଧାରିତ ପାର୍କିଂ ଫିସ ଠାରୁ ୩ ଚକିଆ ଯାନ ଠାରୁ ୩୦ ଟଂକା ଓ ୪ ଚକିଆ ଯାନ ଠାରୁ ୫୦ ଟଙ୍କା ଆଦାୟ କରୁଛନ୍ତି ଯାହା ଅତ୍ୟଧିକ ୧୦ ଟଙ୍କା ରହିଥିବା ଜଣାପଡ଼ିଛି। ଅନ୍ୟ ପଟେ ବେଳାଭୂମି ଅଞ୍ଚଳରେ ପ୍ରାୟ ୧୦ଟି ଲଜିଙ୍ଗ ର‌ହିଛି। ପ୍ରତିଦିନ ଏଠାକୁ ପର୍ଯ୍ୟଟକ ମାନେ ନିଜ ନିଜର ଗାଡି ମୋଟର ଧରି ଗୋପାଳପୁର ବୁଲିବାକୁ ଆସିବା ସହ ଲଜିଙ୍ଗରେ ରହିଥାନ୍ତି। କିନ୍ତୁ ଲଜିଙ୍ଗ ଯିବାକୁ ହେଲେ ପାର୍କିଂ ଫିସ ଦେବାକୁ ହେଉଥିବାରୁ ଅନେକ ପର୍ଯ୍ୟଟକ ଏହାକୁ ବିରୋଧ କରିବା ସହ ଲଜିଙ୍ଗ ମାଲିକ ମାନେ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ଏହା ନେଇ ଏନ ଏ ସି କର୍ତ୍ତୃପକ୍ଷଙ୍କୁ ଲଜିଙ୍ଗ ରହିବାକୁ ଆସୁଥିବା ପର୍ଯ୍ୟଟକଙ୍କ ଗାଡି ମୋଟରରୁ ପାର୍କିଂ ଫିସ ଆଦାୟ ନକରିବାକୁ ଅନୁରୋଧ କରୁଥିଲେ ମଧ୍ୟ ଏହା ନେଇ ଆଜି ଯାଏଁ କୈାଣସି ପଦକ୍ଷେପ ନିଆ ଯାଇନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories