www.samajalive.in
Monday, December 8, 2025
24.1 C
Bhubaneswar

ନିଷ୍ପତ୍ତି ବଦଳାଇଲେ ସରକାର, ବଦଳିବନି ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ନାଁ

ସମାଜ ଡିଜିଟାଲ ଡେସ୍କ: ଦିନକ ପରେ ମତ ବଦଳାଇଛନ୍ତି ରାଜ୍ୟ ସରକାର। ଗତ ଶନିବାର ସ୍ଵଗତ ବିଜୁ ପଟ୍ଟନାୟକଙ୍କ ନାମରେ ଦିଆଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ବଦଳାଇବା ନେଇ ଘୋଷଣା କରିଥିଲେ ସରକାର। ହେଲେ ରବିବାର ଏହା ଉପରେ ରୋକ ଲଗାଇଛନ୍ତି। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ବଦଳିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂର୍ବ ପରି ଏହି ପୁରସ୍କାର ପ୍ରଦାନ ଜାରି ରହିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସରକାର ବରପୁତ୍ରମାନଙ୍କୁ ସମ୍ମାନ ଦିଏ। ଓଡ଼ିଶା ପ୍ରତି ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ। ବିଜୁ ବାବୁଙ୍କ ନାମରେ ଦୀର୍ଘଦିନ ହେବ ପୁରସ୍କାର ଦିଆଯାଇ ଆସୁଛି। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳା ଯାଇଥିବା ସମ୍ପର୍କରେ ତାଙ୍କ ନିକଟରେ ସୂଚନା ନ ଥିଲା। ସେ ଏ ବିଷୟରେ ଗଣମାଧ୍ୟମରୁ ଜାଣିବାକୁ ପାଇଲେ। ନାଁ ପରିବର୍ତ୍ତନ ନେଇ ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଶନିବାର ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ କରାଯାଇ ଓଡ଼ିଶା ରାଜ୍ୟ କ୍ରୀଡା ସମ୍ମାନ କରାଯିବା ନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। ପ୍ରତିବର୍ଷ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଜାତୀୟ କ୍ରୀଡା ଦିବସରେ ଓଡ଼ିଶାର କୃତି, ସଫଳ କ୍ରୀଡା ବିତ୍, କୋଚ୍, କ୍ରୀଡା ସାମ୍ବାଦିକ ଏବଂ କ୍ରୀଡା ଅନୁଷ୍ଠାନକୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଥାଏ।

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories