ବିଶ୍ୱ ଐତିହ୍ୟ ସମିତିର ୪୬ତମ ଅଧିବେଶନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୭ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ବିଶ୍ୱ ଐତିହ୍ୟ ସମିତିର ୪୬ତମ ଅଧିବେଶନକୁ ଉଦଘାଟନ କରିବେ। ଏହି ଅବସରରେ ଶ୍ରୀ ମୋଦୀ ସମାବେଶକୁ ସମ୍ବୋଧିତ କରିବେ। ଭାରତରେ ପ୍ରଥମ ଥର ପାଇଁ ବିଶ୍ୱ ଐତିହ୍ୟ ସମିତି ବୈଠକ ଆୟୋଜନ କରାଯାଉଛି ଯାହା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଶ୍ୱ ଐତିହ୍ୟ ସମିତି ବର୍ଷକୁ ଥରେ ବୈଠକ କରେ ଏବଂ ବିଶ୍ୱ ଐତିହ୍ୟ ବିଷୟରେ ସମସ୍ତ ମାମଲା ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା ସହ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ ହେବାକୁ ଥିବା ସ୍ଥାନଗୁଡିକ ଉପରେ ନିଷ୍ପତ୍ତି ନେଇଥାଏ। ଏହି ବୈଠକରେ ବିଶ୍ୱ ଐତିହ୍ୟ ତାଲିକାରେ ନୂତନ ସ୍ଥାନ ମନୋନୀତ ପ୍ରସ୍ତାବ, ୧୨୪ଟି ବିଦ୍ୟମାନ ବିଶ୍ୱ ଐତିହ୍ୟ ସମ୍ପତ୍ତିର ସଂରକ୍ଷଣ ରିପୋର୍ଟ ଏବଂ ବିଶ୍ୱ ଐତିହ୍ୟ ପାଣ୍ଠିର ଅନ୍ତର୍ଜାତୀୟ ସହାୟତା ଓ ଉପଯୋଗ ଉପରେ ଆଲୋଚନା ହେବ।
Comments are closed.