www.samajalive.in
Sunday, December 14, 2025
23.1 C
Bhubaneswar

ଭାରତୀୟ  କ୍ରିକେଟ ଦଳର ନୂଆ ସହକାରୀ ପ୍ରଶିକ୍ଷକ ହେଲେ ନାୟର ଓ ଡୋସ୍କାଟେ 

ଦିଲୀପ ଫିଲ୍‌ଡିଂ, ମର୍କେଲ ବୋଲିଂ ପ୍ରଶିକ୍ଷକ ହୋଇପାରନ୍ତି
ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ଅଭିଷେକ ନାୟର ଓ ନେଦରଲାଣ୍ଡ୍‌ସର ପୂର୍ବତନ ଅଲ୍‌ରାଉଣ୍ଡର ରିୟାନ୍‌ ଟେନ୍‌ ଡୋସ୍କାଟେ ଭାରତୀୟ କ୍ରିକେଟ ଦଳର ସହକାରୀ ପ୍ରଶିକ୍ଷକ ନିଯୁକ୍ତ ହୋଇପାରନ୍ତି। ଶ୍ରୀଲଙ୍କା ଗସ୍ତ ପାଇଁ ଉଭୟ ଅଭିଷେକ ଓ ଡୋସ୍କାଟେ ସହକାରୀ ଦାୟିତ୍ବ ନେବେ। ହେଲେ ଉଭୟେ ଆଗକୁ ଦଳର ନିୟମିତ ସହକାରୀ ପ୍ରଶିକ୍ଷକ ହୋଇପାରନ୍ତି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସହ ମିଶି ନାୟର ଓ ଡୋସ୍କାଟେ ସହକାରୀ ପ୍ରଶିକ୍ଷକ ଭାବେ କାମକରିବେ। ଗମ୍ଭୀର ଓ ଅନ୍ୟ ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ଶ୍ରୀଲଙ୍କା ଗସ୍ତ​‌େ​‌ର ୩ଟି ଲେଖାଏଁ ଟ୍ବେଣ୍ଟି୨୦ ଓ ଦିନିକିଆ ଗସ୍ତରୁ ଆରମ୍ଭ ହେବ। ଗତ ଟି୨୦ ବିଶ୍ବକପ ପରେ ମୁଖ୍ୟ ପ୍ରଶିକ୍ଷକ ଥିବା ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଏହା ପରେ ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବେ ଗୌତମ ଗମ୍ଭୀର ନିଯୁକ୍ତ ହୋଇଛନ୍ତି।

୪୦ ବର୍ଷ ବୟସ୍କ ଅଭିଷେକ ନାୟର ଭରତ ପାଇଁ ୩ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ପୁଣି ମୁମ୍ବଇ ପାଇଁ ଅଭିଷେକ ୧୦୩ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି। ଅଭିଷେକଙ୍କ ସମୟ‌େ​‌ର ମୁମ୍ବଇ ଏକାଧିକ ଥର ରଣଜୀ ଟ୍ରଫି ଜିତିଥିଲା। ଅଭିଷେକ ବେଶ୍‌ କିଛିବର୍ଷ ଧରି କଲକାତା ନାଇଟ୍‌ ରାଇଡର୍ସ ଦଳର ସହକାରୀ ପ୍ରଶିକ୍ଷକ ଥିଲେ। ଉଭୟ ନାୟର ଓ ଡୋସ୍କାଟେ ଗମ୍ଭୀରଙ୍କ ସହ ଆଇପିଏଲରେ କଲକାତା ନାଇଟ୍‌ ରାଇଡର୍ସରେ କାମ କରୁଥିଲେ। ୪୪ ବର୍ଷ ବୟସ୍କ ରିୟାନ୍ ଟେନ୍ ଡୋସ୍କାଟେ ନେଦରଲାଣ୍ଡ୍‌ସ ପାଇଁ ୩୩ଟି ଦିନିକିଆ ମ୍ୟାଚ ଖେଳି ୧୫୪୧ ରନ୍‌ ଓ ୨୪ଟି ଟି୨୦ ମ୍ୟାଚ ଖେଳି ୫୩୩ ରନ୍‌ କରିଛନ୍ତି। ଡୋସ୍କାଟେ ମଧ୍ୟ କେକେଆର୍‌ ଦଳର ସହକାରୀ ପ୍ରଶିକ୍ଷକ ଥିଲେ। ଏହାସହ ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମର୍ନେ ମର୍କେଲ ଭାରତର ବୋଲିଂ ପ୍ରଶିକ୍ଷକ ହେବା ଦୌଡ଼ରେ ଆଗରେ ରହିଛନ୍ତି। ପୂର୍ବତନ ଭାରତୀୟ ପେସ୍‌ ବୋଲର ବିନୟ କୁମାରଙ୍କ ନାମ ବୋଲିଂ ପ୍ରଶିକ୍ଷକ ଭାବେ ଚର୍ଚ୍ଚା ହେଉଥିବ ବେ​‌େ​‌​‌ଳ ମର୍କେଲ୍‌ ଏହି ଦାୟିତ୍ବ ପାଇପାରନ୍ତି।

- Advertisement -

ମର୍କେଲ ଦକ୍ଷିଣ ଆଫ୍ରିକାର ସଫଳ ଦ୍ରୁତ ବୋଲର ଥିଲେ। ନାୟର, ଡୋସ୍କାଟେ ଓ ମର୍କେଲ ଆଇପିଏଲ୍‌ରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସହ କାମ କରିଛନ୍ତି। ଗମ୍ଭୀର ୨ ବର୍ଷ ଧରି ଆଇପିଏଲ ଦଳ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସର ମେଣ୍ଟର ବା ମାର୍ଗଦର୍ଶକ ଥିବା ବେଳେ ମର୍ନେ ମର୍କେଲ ବୋଲିଂ ପ୍ରଶିକ୍ଷକ ଥିଲେ। ଚଳିତବର୍ଷ ଆଇପିଏଲ୍‌ ଚମ୍ପିଆନ୍ ହୋଇଥିବା କେକେଆର୍‌ ଦଳର ମେଣ୍ଟର ଗମ୍ଭୀର ଥିବା ବେଳେ ନାୟର ଓ ଡୋସ୍କାଟେ ସହକାରୀ ପ୍ରଶିକ୍ଷକ ଥିଲେ। ଦ୍ରାବିଡ଼ଙ୍କ ସମୟରେ ଫିଲ୍‌ଡିଂ ପ୍ରଶିକ୍ଷକ ରହିଥିବା ଟି. ଦିଲୀପଙ୍କ କାର୍ଯ୍ୟକାଳ ବୃଦ୍ଧି କରା ଯାଇପାରେ। ଦିଲୀପ ଭଲ ଫିଲ୍‌ଡିଂ ପ୍ରଶିକ୍ଷକ ଥିବା ବେଳେ ଡ୍ରେସିଂରୁମ୍‌ରେ ତାଙ୍କର ଭଲ ପ୍ରଭାବ ରହିଛି। ଡୋସ୍କାଟେ ବର୍ତ୍ତମାନ ଆମେରିକାରେ ଚାଲିଥିବା ମେଜର କ୍ରିକେଟ ଲିଗ୍‌ରେ ଏଲଏ ନାଇଟ୍‌ ରାଇଡର୍ସର ପ୍ରଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି। ସେ କଲମ୍ବୋରେ ଭାରତୀୟ ଦଳ ସହ ସିଧାସଳଖ ଯୋଗ ଦେବାର ସମ୍ଭାବନା ରହିଛି। ନାୟର ଓ ଦିଲୀପ ସୋମବାର ଭାରତୀୟ ଦଳ ସହ କଲମ୍ବୋ ଯାତ୍ରା କରିପାରନ୍ତି। ତେବେ ଡୋସ୍କାଟେ ବିଳମ୍ବରେ ଦଳ​‌େ​‌ର ଯୋଗ ଦେଇପାରନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories