www.samajalive.in
Friday, December 12, 2025
27.1 C
Bhubaneswar

ପୂଜାରାଙ୍କ ରନ୍ ବର୍ଷା : ଦୃଢ଼ ସ୍ଥିତିରେ ଭାରତ

ସିଡନୀ: ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଗୁରୁବାର ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଭାରତର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ରନ୍ ବର୍ଷା କରିଛନ୍ତି। ପୂଜାରା ଟେଷ୍ଟ ସିରିଜ୍‌ରେ ତୃତୀୟ ଶତକ ହାସଲ କରିବା ସହିତ ସୁନୀଲ ଗାଭାସ୍କରଙ୍କ ରେକର୍ଡ ସହିତ ସମକକ୍ଷ ହୋଇଛନ୍ତି। ପୂଜାରାଙ୍କ ଏହି ଜବରଦସ୍ତ ପ୍ରଦର୍ଶନ ଏବଂ ମୟଙ୍କ ଅଗ୍ରଓ୍ଵାଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଦିନ ଖେଳରେ ଦୃଢ ସ୍ଥିତିରେ ରହିଛି।

ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏଥର ଇନିଂସ୍ ଓପନ୍ କରିବାକୁ ଏକ ନୂଆ ଯୋଡ଼ି ଆସିଥିଲେ। ଲୋକେଶ ରାହୁଲଙ୍କ ସହିତ ନବାଗତ ମୟଙ୍କ ଅଗ୍ରୱାଲ ଇନିଂସ୍ ଓପନ କରିଥିଲେ। ତେବେ ଖେଳ ଆରମ୍ଭ ହେବାର ଦ୍ୱିତୀୟ ଓଭରରେ ହିଁ ଦଳକୁ ପ୍ରଥମ ଝଟକା ଲାଗିଥିଲା। ତୃତୀୟ ଟେଷ୍ଟରେ ଖେଳି ନଥିବା ତଥା ପ୍ରଥମ ଦୁଇଟି ଟେଷ୍ଟରେ ବିଫଳ ହୋଇଥିବା ଲୋକେଶ ରାହୁଲ ୧.୩ ଓଭରରେ ଜୋଶ୍ ହେଜେଲ୍‌ଉଡ୍‌ଙ୍କ ବଲ୍‌ରେ ଶନ୍ ମାର୍ଶଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୬ଟି ବଲ୍‌ରୁ ୯ ରନ୍ କରି ଆଉଟ୍ ହୋଇଥିଲେ। ତା’ଭିତରେ ଦୁଇଟି ଚୌକା ରହିଥିଲା। ଏହା ପରେ କ୍ରିଜ୍‌କୁ ଆସିଥିଲେ ଭାରତର ଟେଷ୍ଟ୍ ବିଶେଷଜ୍ଞ ଚେତେଶ୍ୱର ପୂଜାରା। ସେ ଓ ମୟଙ୍କ ପାଳିକୁ ସମ୍ଭାଳି ନେଇଥିଲେ। ଦୁହିଁଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହୋଇଥିଲା। ତେବେ ୩୩.୬ ଓଭରରେ ମୟଙ୍କ ଆଉଟ୍ ହୋଇଯାଇଥିଲେ। ସେତେବେଳକୁ ଦଳୀୟ ସ୍କୋର ୧୨୬ ରନ୍‌ରେ ପହଞ୍ଚିଥିଲା। ପୂଜାରା ଓ ମୟଙ୍କ ଯୋଡ଼ି ଦୃଢ଼ ବ୍ୟାଟିଂ କରି ୧୧୬ ରନ୍‌ର ପାର୍ଟନରସିପ୍‌ କରିଥିଲେ। ମୟଙ୍କ ଅଗ୍ରଓ୍ଵାଲ ୭୭ରନ୍‌ କରି ଆଉଟ୍‌ ହେବା ପରେ ଚେତେଶ୍ୱର ପୂଜାରା ଅଧିନାୟକ୍‌ ବିରାଟ କୋହଲିଙ୍କ ସହିତ ମିଶି ଭାରତର ସ୍କୋରକୁ ଆଗକୁ ବଢ଼ାଇଥିଲେ। ଅଧିନାୟକ କୋହଲି ୨୩  ରନ୍‌ କରି ଅଧିନାୟକ ପାଇନେଙ୍କୁ କ୍ୟାଚ ଦେଇ ପାଭିଲିୟନ ଫେରିଯିବା ପରେ ପୂଜାରା ଉପଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ ସାଥି କରି ଭାରତୀୟ ପାଳି ଆଗକୁ ବଢ଼ାଇବା ସହିତ ଟେଷ୍ଟ କ୍ରିକେଟରେ ୧୮ତମ ଶତକ ହାସଲ କରିଥଲେ। ଏହି ଯୋଡ଼ି ୪୮ ରନ୍‌ର ଭାଗିଦାରୀ କରିଥିଲେ। ପରେ ରାହାନେ ଓ୍ଵିକେଟକିପରଙ୍କୁ କ୍ୟାଚ୍‌ ଦେଇ ପାଭିଲିୟନ ଫେରିବା ପରେ ପୂଜାରାଙ୍କ ସହିତ ଯୋଡ଼ି ହୋଇଥିଲେ ହନୁମା ବିହାରୀ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪ ଓ୍ଵିକେଟ ହରାଇ ୩୦୩ ରନ୍‌ ସଂଗ୍ରହ କରିଥିବା ବେଳେ ପୂଜାରା ୧୩୦ ରନ ଓ ହନୁମା ବିହାରୀ ୩୯ ରନ୍‌ କରି ଅପରାଜିତ ରହିଛନ୍ତି। ଗୁରୁବାର ସମୁଦାୟ ୯୦ ଓଭର ଖେଳ ହୋଇଥିଲା।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories