ଶ୍ରୀନଗର ..- କାଶ୍ମୀର ଘାଟୀରେ ୨୦୧୯ ମସିହାର ପ୍ରଥମ ତୁଷାରପାତ ହୋଇଛି । ବୁଧବାରରେ ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଛି । ଏହି କାରଣରୁ ତାପମାତ୍ରା ଆହୁରି ହ୍ରାସ ପାଇଛି । ତୁଷାରପାତ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।
ଜାମ୍ମୁ –କାଶ୍ମୀର ଜାତୀୟ ରାଜପଥ ଓ ମୋଗଲ ସଡକ ଉପରେ ୬ ଇଞ୍ଚର ଉଚ୍ଚତାର ବରଫ ଜମିଯିବାରୁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜାମ୍ମୁ ଓ କାଶ୍ମୀରରେ ଯାନ ବାହାନ ଚଳାଚଳକୁ ବନ୍ଦ ରଖାଯାଇଛି । ଶ୍ରୀନଗର ସମେତ ବିଭିନ୍ନ ସ୍ଥାନର ତାପମାତ୍ରା ଶୂନ ଡିଗ୍ରୀ ସେଣ୍ଟିଗ୍ରେଡ ତଳେ ରହିଥିଲା । ଏବେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି । ଗୁଲମାର୍ଗରେ ତାପମାତ୍ରା -୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । କାରଗିଲରେ ସର୍ବନିମ୍ନ ତାପମାତ୍ରା -୧୭ ଡିଗ୍ରୀ ସେଲସିୟସ ରେକ୍ରଡ କରାଯାଇଛି ।




