www.samajalive.in
Friday, December 5, 2025
17.1 C
Bhubaneswar

ଡେଙ୍ଗୁ, ମ୍ୟାଲେରିଆ ପ୍ରତିରୋଧ ଉଦ୍ୟମ: ପ୍ରତି ଶୁକ୍ରବାର ‘ଶୁଷ୍କ ଦିବସ’

ସମ୍ବଲପୁର: ଏବେ ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ଜନସାଧାରଣ କିପରି ଡେଙ୍ଗୁ, ମ୍ୟାଲେରିଆ ଆଦି ରୋଗରୁ ନିଜକୁ ରକ୍ଷା କରିପାରିବେ ସେ ଦିଗରେ ସମ୍ବଲପୁର ମହାନଗର ନିଗମ ତରଫରୁ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ। ଏହି କ୍ରମରେ କମିଶନର ବେଦଭୂଷଣ ଏକ ଅଡିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରି ମହାନଗର ନିଗମ ଅଞ୍ଚଳକୁ କିଭଳି ରୂପେ ଡେଙ୍ଗୁ, ମ୍ୟାଲେରିଆ ଆଦି ରୋଗରୁ ମୁକ୍ତ ରଖାଯାଇପାରିବ ସେ ନେଇ ଜନତାଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଆମ ଘର, ବ୍ୟାବସାୟିକ ପ୍ରତିଷ୍ଠାନ ଆଦିରେ ଥିବା ସାମଗ୍ରୀଗୁଡିକରେ ଥିବା ପୁରୁଣା ପାଣି ଗୁଡିକୁ ବଦଳ କରିବା ଜରୁରୀ । ଏଥିପାଇଁ ଆମେ ପ୍ରତି ଶୁକ୍ରବାରକୁ ଡ୍ରାଏ ଡେ’ (ଶୁଷ୍କ ଦିବସ) ରୂପେ ପାଳନ କରିବା । ପ୍ରତି ଶୁକ୍ରବାର କୁଲର, ପାଣି କୁଣ୍ଡ, ବାଲଟି, ଗମଲା, ଟାୟାର ଆଦିରେ ରହିଥିବା ପୁରୁଣା ପାଣିକୁ ବଦଳ କରି ନୂତନ ପାଣି ଭର୍ତ୍ତି କରିବା ଦ୍ୱାରା ଉକ୍ତ ପାଣିରେ ମଶା ବଂଶ ବୃଦ୍ଧି ପାଇବ ନାହିଁ । ଏଭଳି ପଦକ୍ଷେପ ଦ୍ୱାରା ଆମେ ନିଜକୁ, ପରିବାରକୁ, ଅଞ୍ଚଳବାସୀ ଓ ସହରକୁ ଡେଙ୍ଗୁ, ମ୍ୟାଲେରିଆ ଆଦି ମାରାତ୍ମକ ରୋଗରୁ ରକ୍ଷା କରିପାରିବା ବୋଲି କମିଶନର କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories