www.samajalive.in
Monday, December 8, 2025
13.1 C
Bhubaneswar

ବାଂଲାଦେଶରେ ତେଜିଲା ସଂରକ୍ଷଣ ବିରୋଧୀ ଆନ୍ଦୋଳନ

ଢାକା: ସରକାରୀ ଚାକିରିରେ ସଂରକ୍ଷଣ ଏବଂ ବେକାରୀ ସଂଖ୍ୟା ବୃଦ୍ଧିକୁ ବିରୋଧ କରି ବାଂଲାଦେଶରେ ଚାଲିଥିବା ଆନ୍ଦୋଳନ ବ୍ୟାପକ ରୂପ ନେଉଛି। ଏହି ସଂରକ୍ଷଣ ବିରୋଧୀ ଆନ୍ଦୋଳନରେ ସପ୍ତାହକ ମଧ୍ୟରେ ଅନ୍ୟୂନ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ଏବଂ ୫୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ଦେଶର ସରକାର ବୁଧବାର ସମସ୍ତ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିବା ପରେ ଗୁରୁବାର ଦେଶବ୍ୟାପୀ ବନ୍ଦ ପାଳନ କରାଯାଇଛି। ସଂରକ୍ଷଣ ସପକ୍ଷ ଓ ବିପକ୍ଷବାଦୀ ଗୋଷ୍ଠୀ ମଧ୍ୟରେ କେତେକ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ଖବର ମିଳିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ଦେଶରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି। ଗୁରୁବାର ବିକ୍ଷୋଭକାରୀମାନେ ଦେଶବ୍ୟାପୀ ବନ୍ଦ ପାଳନ କରିଥିବାବେଳେ କେବଳ ହସପିଟାଲ ଓ ଜରୁରୀ ସେବାକୁ ଏଥିରୁ ବାଦ୍‌ ଦେଇଛନ୍ତି। ବିକ୍ଷୋଭକାରୀମା​‌​ନେ ସରକାରୀ ଟିଭି କାର‌୍ୟ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି।

ବୁଧବାର ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ବିକ୍ଷୋଭରେ ପ୍ରାଣ ହରାଇଥିବା ଛାତ୍ର ଓ ସାଧାରଣ ନାଗରିକଙ୍କ ପରିବାରଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ ମଧ୍ୟ କହିଛନ୍ତି ଯେ କୋଟା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଆନ୍ଦୋଳନକାରୀଙ୍କୁ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ନିରାଶ କରାଯିବ ନାହିଁ। ଅନ୍ୟପକ୍ଷରେ ସରକାରୀ ଚାକିରିରେ ସଂରକ୍ଷଣକୁ ଛାତ୍ରଗୋଷ୍ଠୀ ବିରୋଧ କରିବା ସହିତ ମେଧା ଭିତ୍ତିରେ ନିଯୁକ୍ତି ପ୍ରଦାନ ପାଇଁ ଦାବି କରୁଛନ୍ତି। ବାଂଲାଦେଶରେ ସୃଷ୍ଟି ହୋଇଥିବା ଏଭଳି ଘଟଣା ପରିପ୍ରେକ୍ଷୀରେ ଭାରତୀୟମାନେ ନିଜ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। କୌଣସି ଜରୁରୀ ପରିସ୍ଥିତିରେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିବାକୁ ଟେଲିଫୋନ ନମ୍ବର ମଧ୍ୟ ଜାରି କରାଯାଇଛି। ଗୁରୁବାର ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ପୁଲିସ ପକ୍ଷରୁ ଲୁହବୁହା ବାଷ୍ପ ଏବଂ ରବର ଗୁଳି ବ୍ୟବହାର କରାଯାଇଥିବା ଖବର ମିଳିଛି।

ବିଶ୍ୱର ପାଞ୍ଚଟି ବୃହତ୍ତମ କୋଇଲା ଖଣି ମଧ୍ୟରୁ ଦୁଇଟି ଏବେ ଭାରତରେ

- Advertisement -

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories