ୱାଶିଂଟନ: ଡାହାଣ କାନରେ ଧଳା ବ୍ୟାଣ୍ଡେଜ୍ ପିନ୍ଧିବା ଆମେରିକାରେ ଏବେ ଏକ ନୂଆ ଫେସନରେ ପରିଣତ ହୋଇଛି। ଗୁଳିମାଡରେ ଆହତ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଡାହାଣ କାନରେ ଧଳା ବ୍ୟାଣ୍ଡେଜ୍ ଲଗାଇ ସାଧାରଣରେ ଦେଖାଯିବା ପରେ ତାଙ୍କ ସମର୍ଥକମାନେ ଏହାକୁ ଆପଣାଇଛନ୍ତି। ଆହତ ହେବା ପରେ ଟ୍ରମ୍ପ ପ୍ରଥମ କରି ୱଜକନସିନ୍ରେ ରିପବ୍ଳିକାନ ନ୍ୟାସନାଲ କନଭେନସନ (ଆରଏନ୍ସି)ରେ ଉପସ୍ଥିତ ହୋଇଥିଲେ। ସେଠାରେ ତାଙ୍କୁ କାନରେ ବ୍ୟାଣ୍ଡେଜ୍ ଲଗାଇଥିବା ଦେଖିବାକୁ ମିଳିଥିଲା। କାରଣ ଆତତାୟୀ ଗୁଳିମାଡରେ ଟ୍ରମ୍ପଙ୍କ ଡାହାଣ କାନରେ କ୍ଷତ ହୋଇଥିଲା। ତେଣୁ କ୍ଷତର ଆରୋଗ୍ୟ ପାଇଁ ଏହାକୁ ବ୍ୟାଣ୍ଡେଜ୍ କରାଯାଇଛି।
Popular Categories



