www.samajalive.in
Saturday, December 6, 2025
19.1 C
Bhubaneswar

ଘର ଖଣ୍ଡେ ପାଇଁ ଲଢୁଛନ୍ତି ଶ୍ରୀନିବାସ

କଳାପଥର(ବାଙ୍କୀ ): ସରକାରଙ୍କ ଆବାସ ଯୋଜନାରେ ପକ୍କା ଘରଟିଏ ପାଇବାରୁ ବଞ୍ଚିତ  ହୋଇଛନ୍ତି ଢଶର ପଞ୍ଚାୟତ ତାରପୁର ଗ୍ରାମର ବରିଷ୍ଠ ନାଗରିକ ଶ୍ରୀନିବାସ ପ୍ରଧାନ ଓ ତାଙ୍କ ପତ୍ନୀ ଚାରି ଦେଈ। ପକ୍କା ଘର ନ ଥିବାରୁ ଦୀର୍ଘ ବର୍ଷ ହେବ ଭଙ୍ଗା କୁଡ଼ିଆରେ ବାଜି ଲାଗିଛି ଉଭୟଙ୍କ ଜୀବନ। ଅନ୍ତ୍ୟୋଦୟ ଯୋଜନାରେ ସାମିଲ ହୋଇଥିଲେ ହେଁ ଘର ଖଣ୍ଡେ ପାଇ ନାହାନ୍ତି ଶ୍ରୀନିବାସ। ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘ ସଭାପତି ବିରଞ୍ଚି  ଦାସ ଓ ସହ ସଂପାଦକ କିଶୋର ନୀଳମାଧବ ମିଶ୍ର ଶ୍ରୀନିବାସଙ୍କ ଦୁର୍ଦ୍ଦଶା ସମ୍ପର୍କରେ ରାଜ୍ୟ ସରକାର, କଟକ ଜିଲ୍ଲାପାଳ, ବାଙ୍କୀ ଉପଜିଲ୍ଲାପାଳ ଓ ଡମପଡ଼ା ବିଡିଓଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ । ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ସଂଘ ସହାୟତାରେ ଶ୍ରୀନିବାସ ଓଡ଼ିଶାର ମାନବିକ ଅଧିକାର ଆୟୋଗଙ୍କୁ ନିବେଦନ କରିଥିଲେ। ଫଳରେ ଗତ ଜାନୁୟାରୀ ୧୨ରେ ମାନବାଧିକାର ଆୟୋଗ ଦୁଇ ମାସ ଭିତରେ ଘଟଣାର ତଦନ୍ତ କରି ସରକାରୀ ଯୋଜନାରେ ଶ୍ରୀନିବାସଙ୍କୁ ପକ୍କା ଘରଟିଏ ଯୋଗାଇ ଦେବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଇତିମଧ୍ୟରେ ୬ମାସ ବିତି ଗଲାଣି। ହେଲେ ଶ୍ରୀନିବାସଙ୍କ ଦୁଃଖ ଦୂର ହୋଇନି । ଶେଷରେ ନିରାଶ ହୋଇ ସେ ବୟୋଜ୍ୟେଷ୍ଠ ନାଗରିକ ସଂଘ ସହାୟତାରେ ଘରଟିଏ ପାଇବା ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପାଖକୁ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories