www.samajalive.in
Sunday, December 7, 2025
23.1 C
Bhubaneswar

ବନ୍ଦ ହେବନି ‘ଆହାର’

ଭୁବନେଶ୍ବର: ‘ଆହାର’ ପୂର୍ବଭଳି ମିଳିବ। ବନ୍ଦ ହେବାର ପ୍ରଶ୍ନ ଉଠୁନି। ଏନେଇ ସ୍ପଷ୍ଟ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର। ରାଜଧାନୀ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ରକୁ ଗୁରୁବାର ଅଚାନକ ପରିଦର୍ଶନ କରିଥିଲେ ମନ୍ତ୍ରୀ।  କେନ୍ଦ୍ରରେ ପହଞ୍ଚି ଧାଡ଼ିରେ ରହି କୁପନ କିଣି ଲୋକଙ୍କ ସହ ବସି ଖାଦ୍ୟ ଖାଇଥିଲେ। ଖାଦ୍ୟର ମାନ ପରଖିବା ସହ  ଖାଉଥିବା ଲୋକଙ୍କ ସହ ଖାଦ୍ୟର ମାନ ଓ କେନ୍ଦ୍ରର ସୁବିଧା ଅସୁବିଧା  ପଚାରି ବୁଝିଥିଲେ।  ଆହାର କେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନତା ଓ ଖାଦ୍ୟର ଗୁଣବତ୍ତା  ଉପରେ ମନ୍ତ୍ରୀ ଗୁରୁତ୍ୱ ଦେବା ସହ ଖରାପ ହୋଇଥିବା ବାସନ ସଫା ଯନ୍ତ୍ର ତୁରନ୍ତ ମରାମତି କରିବାକୁ  ନିର୍ଦେଶ ଦେଇଥିଲେ।

ମନ୍ତ୍ରୀ କହିଥିଲେ ଯେ, ଆହାର ଯୋଜନା ବନ୍ଦ କରାଯିବନି।  ଏହାର ନାମ ପରିବର୍ତ୍ତନ ନେଇ କୌଣସି ନିଷ୍ପତ୍ତି ହୋଇନି। ପରବର୍ତ୍ତୀ ସମୟରେ ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ। ଗରିବ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର।  ଖାଦ୍ୟରେ ପରିବା କମ୍‌ ଥିବା ମନ୍ତ୍ରୀ ଅନୁଭବ କରିଥିଲେ।  କ’ଣ କଲେ ଭଲ ହୋଇପାରିବ, ସେ ଦିଗରେ ବିଚାର ହେଉଛି। କିଭଳି ପରିବା ଅଧିକ ପଡ଼ିବ ସେନେଇ ସମୀକ୍ଷା କରିବା ପରେ ନିଷ୍ପତ୍ତି ନିଆଯିବ। ରାଜ୍ୟ ସରକାର ୨୩ ଟଙ୍କା ଦେଉଥିବାବେଳେ ଲୋ‌‌କେ ୫ଟଙ୍କାରେ ଆହାର ଖାଉଛନ୍ତି। ୨୦୧୫ ଏପ୍ରିଲ ପହିଲାରେ ସୁଲଭ ରନ୍ଧା ଖାଦ୍ୟ ଯୋଜନା ‘ଆହାର’ ଆରମ୍ଭ ହୋଇଥିଲା। ଏବେ ରାଜ୍ୟର ୧୧୫ଟି ସହରାଞ୍ଚଳର ୧୬୮ଟି ଆହାର କେନ୍ଦ୍ର ରହିଛି। ୬୧ଟି କେନ୍ଦ୍ରରେ ରାତ୍ରିକାଳୀନ ଭୋଜନ ବ୍ୟବସ୍ଥା ରହିଛି। ଦୈନିକ ଏକ ଲକ୍ଷ ମିଲ୍ ଯୋଗାଇ ଦିଆଯାଉଛି।

ଆମେରିକାର ନୂଆ ଫେସନ କାନ ବ୍ୟାଣ୍ଡେଜ୍‌

- Advertisement -

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories