www.samajalive.in
Sunday, December 14, 2025
26.1 C
Bhubaneswar

ଅନନ୍ତ-ରାଧିକାଙ୍କୁ ୬୪୦ କୋଟିର ଘର ଉପହାର 

ମୁମ୍ବଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନି ଓ ତାଙ୍କ ପତ୍ନୀ ନୀତା ଅମ୍ବାନି ସେମାନଙ୍କ ନବବିବାହିତ ସାନ ପୁଅ-ବୋହୂଙ୍କୁ ୬୪୦ କୋଟି ଟଙ୍କାର ଏକ ଘର ଉପହାର ଦେଇଛନ୍ତି। ଦୁବାଇର ପାମ୍ ଜୁମେରିଆ ଦ୍ବୀପରେ ଅବସ୍ଥିତ ଏହି ଘରଟିର ଆକାର ୩୦୦୦ ବର୍ଗଫୁଟ। ଏଥିରେ ୧୦ଟି ଶୟନ କକ୍ଷ ରହିଛି। ଏହାର ନିଜର ସମୁଦ୍ର ବେଳାଭୂମି ରହିଛି। ଏହା ସହିତ ନୀତା ତାଙ୍କ ସାନ ବୋହୂ ରାଧିକାଙ୍କୁ ଏକ ହୀରା ଓ ମୋତିର ହାର ପ୍ରଦାନ କରିଛନ୍ତି ଯାହାର ମୂଲ୍ୟ ୧୦୮ କୋଟି ଟଙ୍କା। ଏହା ବ୍ୟତୀତ ରାଧିକାଙ୍କୁ ଉପହାର ଆକାରରେ ମିଳିଥିବା ଅନ୍ୟାନ୍ୟ ଅଳଙ୍କାରର ମୂଲ୍ୟ ୨୧ କୋଟି ଟଙ୍କା। ଅନନ୍ତ ଓ ରାଧିକାଙ୍କ ବାହାଘର ଭୋଜିରେ ୩୭,୫୦୦ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ଏହି ଖାଦ୍ୟ ପ୍ରସ୍ତୁତି ପାଇଁ ବିଶ୍ବର ନାମୀଦାମୀ ରେସ୍ତୋରାଁରୁ ୫୦୦ ରୋଷେୟା ଆସିଥିଲେ। ବିବାହ ଉତ୍ସବକୁ ସଜେଇବା ଲାଗି ୨କୋଟି ଟଙ୍କାର ଫୁଲ ବ୍ୟବହାର କରାଯାଇଥିଲା। ଏହାକୁ ସଜାଇବା ଲାଗି ୫୦୦ ଲୋକ ନିୟୋଜିତ ହୋଇଥିଲେ। ନବ ନମ୍ପତିକୁ ଆଶୀର୍ବାଦ କରିବା ଲାଗି ବିଶ୍ବର ୧୦ହଜାର ପ୍ରତିଷ୍ଠିତ ବ୍ୟକ୍ତି ଧାଡି ଲଗାଇଥିଲେ। ଜୁଲାଇ ୧୨ ତାରିଖରେ ଅନନ୍ତ-ରାଧିକାଙ୍କ ବିବାହ ହୋଇଥିବାବେଳେ ୧୫ ତାରିଖରେ ଭୋଜି ଉତ୍ସବ ହୋଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories