www.samajalive.in
Saturday, December 13, 2025
26.1 C
Bhubaneswar

ଜମି ବିବାଦ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ: ସଇଁତଲା ତହସିଲ ଅନ୍ତର୍ଗତ ସଇଁତଲା ଗ୍ରାମରେ ଜମି ବିବାଦ ନେଇ ପୀଡିତ ପରିବାର ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନ ୧୦ଟାରୁ ଧାରଣା ଆରମ୍ଭ କରିଛନ୍ତି। ଧାରଣାରେ ବସିଥିବା ପୀଡିତ ପରିବାରର ୩ ଭାଇ ଅଭିଯୋଗ କରିଛନ୍ତି ଯେ ତାଙ୍କ ଅଜା ଗୁଲଠୁ ସାହୁଙ୍କ ଦୁଇ ପୁଅ ଏକଚାଟିଆ ଭାବରେ ପ୍ରାୟ ୧୫ ଏକର ଜମି ନିଜ ନାମରେ କରାଇ ନେଇଛନ୍ତି।ସ୍ବର୍ଗତ ଗୁଲଠୁଙ୍କ ଦୁଇ ଭଉଣୀଙ୍କ ପୁଅ ମାନଙ୍କୁ ପୂର୍ବ ତହସିଲଦାର ଉତ୍ତରାଧିକାରୀ ଭାବରେ ପୂର୍ବରୁ ଜଣାଇଥିଲେ। ତେବେ ନୁଆଁ ତହସିଲଦାରଙ୍କ ସହଯୋଗରେ ପୀଡିତ ପରିବାରଙ୍କ ମିଥ୍ୟା ଦସ୍ତଖତ କରାଇ ଜମି ସବୁ ହଡ଼ପ କରି ନେଇଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗୁଲଠୁଙ୍କ ଝିଅଙ୍କ ତିନି ପୁଅ ପୂର୍ବରୁ ଟିଟିଲାଗଡ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇ ଥିଲେ। ତେବେ ଅଣଶୁଣା ହେବାରୁ ଆଜି ଠାରୁ ଧାରଣା ଆରମ୍ଭ କରିଛନ୍ତି। ମାସଟିଏ ପୂର୍ବରୁ ଉକ୍ତ ଦୁଇ ଭାଇ ପଟ୍ଟା ପାଇଥିବା ବେଳେ ସେମାନେ ଉକ୍ତ ଜମିକୁ ବିକ୍ରି କରି ଚାଲିଥିବା ଅଭିଯୋଗ କରିଛନ୍ତି। ଟିଟିଲାଗଡ ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରାକର ଧାରଣାକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି।

କାକା,ଖୁଡିର ଟାଙ୍ଗିଆ ମାଡରେ ପୁତୁରା ମୃତ ; ଏଥିପାଇଁ ଗଲା ଜୀବନ..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories