www.samajalive.in
Sunday, December 14, 2025
26.1 C
Bhubaneswar

ବାଇକକୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ, ଜଣେ ମୃତ

ମନମୁଣ୍ଡା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ରାଜ୍ୟ ରାଜପଥର ପଲାଶାଗୋରା କଲେଜ ଛକଠାରେ ବୁଧବାର ବାଇକ ଦୁର୍ଘଟଣାରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମନମୁଣ୍ଡା ଥାନା ଖଟଖଟିଆ ପଞ୍ଚାୟତ ସୌରିପାଲି ଗ୍ରାମର ଅରୁଣ ବଣ୍ଡକି(୬୦) ଓ ତାଙ୍କ ପୁଅ ରୋହିତ ବଣ୍ଡକି ( ୩୫) ଏକ ମୋଟରସାଇକେଲରେ ପଲାଶାଗୋରାରୁ ଘରକୁ ଫେରୁଥିବା ବେଳେ କଲେଜ ଛକ ନିକଟ ବୁଲାଣି ପାଖରେ ଏକ ବୋଲେରୋ ପିକଅପ ବାଇକକୁ ଧକ୍କା ଦେଇଥିଲା । ଫଳରେ ଉଭୟ ବାପ ପୁଅ ଛିଟିକି ପଡିଥିଲେ। ଘଟଣା ସ୍ଥଳରେ ବାପା ଅରୁଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ରୋହିତଙ୍କୁ ପ୍ରଥମେ ସୋନପୁର ମେଡିକାଲ ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories