ଫଟୋ ଉଠାଉଥିଲେ ଦମ୍ପତି, ଟ୍ରେନ୍ ଆସିବାରୁ ୯୦ ଫୁଟ ତଳକୁ ଡେଇଁ ପଡିଲେ
ନୂଆଦିଲ୍ଲୀ : ଯୁବପିଢିଙ୍କୁ ଆଜିକାଲି ସାମାଜିକ ଗଣମାଧ୍ୟମରେ ରିଲ୍ ସେୟାର କରିବା ନିଶା ଘାରିଛି । କିଛି ଲାଇକ୍ ପାଇବା ପାଇଁ ପିଲାମାନେ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଉନାହାଁନ୍ତି । ଖାଲି ଛାତ୍ରଛାତ୍ରୀ ବା ଛୋଟ ପିଲା ନୁହଁନ୍ତି । ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ ଏମିତି ଅନେକ ଦୁର୍ଘଟଣା ଘଟୁଥିବା ସାମ୍ନାକୁ ଆସୁଛି । ଏବେ ପୁଣି ଏଭଳି ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ଏଥିରେ ଏକ ଦମ୍ପତି ବ୍ରିଜ୍ ଉପରେ ଠିଆ ହୋଇ ରିଲ୍ କରୁଥିଲେ । କିନ୍ତୁ ଟ୍ରେନ୍ ଆସିବାରୁ ସେମାନେ ତଳକୁ ଡେଇଁପଡିଲେ । ଭିଡିଓ ଦେଖି ଲୋମ ଟାଙ୍କୁରି ଯିବ । ଦେଖନ୍ତୁ ଏହି ଭିଡିଓ..
राजस्थान के पाली जिले में एक बड़ा हादसा हुआ। राहुल मेवड़ा अपनी पत्नी जाह्नवी संग हेरिटेज पुल पर फोटो शूट करा रहे थे। तभी ट्रेन आ गई। ट्रेन से बचने को दोनों 90 फीट गहरी खाई में कूद गए। दोनों का इलाज जारी है।
🚨Disturbing Visual🚨 pic.twitter.com/WwDSTd5jrW
— Sachin Gupta (@SachinGuptaUP) July 14, 2024
ଭିଡିଓରେ ଦମ୍ପତି ଟ୍ରେନ୍ ଲାଇନରେ ଠିଆ ହୋଇ ସେଲ୍ଫି ନେବା ସହ ରିଲ୍ କରୁଥିଲେ । କିନ୍ତୁ ଏହି ସମୟରେ ତୀବ୍ର ଗତିରେ ମାଡିଆସିଲା ଟ୍ରେନ୍ । ଏହା ପରେ କୌଣସି ଉପାୟ ନପାଇ ଉଭୟ ୯୦ ଫୁଟ ତଳକୁ ଡେଇଁ ପଡିଲେ । ଏଥିରେ ଉଭୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଉଭୟଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି ।
ଭାଇରାଲ ହେଉଥିବା ଏହି ଭିଡିଓଟି ରାଜସ୍ଥାନର ପାଲି ଜିଲାର ମିନି କାଶ୍ମୀର କୁହାଯାଉଥିବା ଗୋରମଘାଟର ବୋଲି କୁହାଯାଉଛି । ବାଗଡିର କଲାଲ ପିପଲିୟା ଅଧିବାସୀ ରାହୁଲ ନିଜ ପତ୍ନୀ ଜାନବୀ ଓ ଶାଳୀଙ୍କ ସହିତ ଗୋରମଘାଟ ବୁଲିବାକୁ ଯାଉଥିଲେ । ଏହି ସମୟରେ ଫଟୋ ଉଠାଇ ଉଠାଇ ରାହୁଲ ଓ ଜାନବୀ ବ୍ରିଜଠୁ ଦୂରକୁ ଚାଲିଗଲେ । କିନ୍ତୁ ଅଚାନକ ଟ୍ରେନ୍ ଆସିବାରୁ ଦୌଡିବାକୁ କିମ୍ବା ପାଖେଇବାକୁ ଆଉ ସ୍ଥାନ ନଥିବାରୁ ଶେଷରେ ରାହୁଲ ନିଜ ପତ୍ନୀଙ୍କ ହାତ ଧରି ତଳକୁ ଡେଇଁପଡିଥିଲେ । ଏଥିରେ ଉଭୟ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।
Comments are closed.