Patra electronics

ଦେଖନ୍ତୁ ଭିଡିଓ; ବ୍ୟାଗ୍‌ କିଣୁଥିଲେ ଯୁବତୀ, ପଶି ଆସିଲେ ୨ ଷଣ୍ଢ, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ନିକଟରେ ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି । ଯାହାକୁ ଦେଖିଲେ ଭୟଭୀତ ହେବା ସ୍ୱଭାବିକ ।
ଭିଡିଓଟି ଋଷିକେଶର ରାମ ଝୁଲା କ୍ଷେତ୍ରର । ରାସ୍ତାରେ ଲଢୁଥିବା ୨ଟି ଷଣ୍ଢ ଏକ ବ୍ୟାଗ୍‌ ଦୋକାନ ଭିତରେ ପ୍ରବେଶ କରୁଛନ୍ତି । ଷଣ୍ଢ ଲଢୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମାତ୍ର ଯେଉଁ ସମୟରେ ଷଣ୍ଢ ଲଢି ଲଢି ଦୋକାନ ଭିତରକୁ ଯାଉଛନ୍ତି ସେଠାରେ ପୂର୍ବରୁ ୨ ଜଣ ଯୁବତୀ ଦୋକାନ ଭିତରେ ରହିଛନ୍ତି।

ଏହି ସହରରେ ସମ୍ପୂର୍ଣ୍ଣ ଭାବେ ନିଷେଧ ଆମିଷ ଭୋଜନ..


ଭିଡିଓରେ ଦେଖିପାରିବେ ଦୋକାନ ଭିତରେ ୨ ଜଣ ଯୁବତୀ ବ୍ୟାଗ୍‌ ଦେଖୁଛନ୍ତି । ମାତ୍ର ସେହି ସମୟରେ ହଠାତ୍‌ ଗୋଟିଏ ଷଣ୍ଢ ପ୍ରଥମେ ଦୋକାନ ଭିତରକୁ ଆସୁଛି । ଏହାପରେ ଆଉ ଏକ ଷଣ୍ଢ ଭିତରକୁ ଆସିବା ସହ ୨ ଜଣଙ୍କ ଭିତରେ ଲଢେଇ ହେଉଛି । ପ୍ରଥମେ ଯୁବତୀଙ୍କ ନିକଟତର ଷଣ୍ଢ ହେବା ପରେ ଲଢେଇ ବଢୁଛି । ଦୋକାନରେ ଥିବା ଜିନିଷ ଯୁବତୀଙ୍କ ଉପରେ ଖସି ପଡୁଛି । ଯାହାଦ୍ୱାରା ସେମାନେ ଏକ ବଡ ବିପଦରୁ ରକ୍ଷା ପାଇଯାଇଛନ୍ତି । ଭିଡିଓ ଆରମ୍ଭରେ ଦେଖିପାରିବେ ପ୍ରଥମେ ଯୁବତୀ ୨ ଜଣ ହସୁଛନ୍ତି । ମାତ୍ର ପରେ ଷଣ୍ଢ ନିକଟତର ହେବା ମାତ୍ରେ ସେମାନେ ଭୟରେ ଦୋକାନ ଉପରକୁ ଚଢିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ଷଣ୍ଢ ସେମାନଙ୍କୁ ଆକ୍ରମଣ କରିବାକୁ ଲାଗିଲେ । ବ୍ୟାଗ୍‌ ଗୁଡିକ ଯୁବତୀଙ୍କ ଉପରେ ଖସି ପଡିବାରୁ ଷଣ୍ଢ ସେମାନଙ୍କୁ ଆକ୍ରମଣ କରିବା ପରେ ମଧ୍ୟ ଅଧିକ କ୍ଷତି ହୋଇ ନାହିଁ । ଯୁବତୀ ୨ଜଣ ଲୁଚି ରହୁଛନ୍ତି । ମାତ୍ର ସେମାନେ ଆହତ ହୋଇଛନ୍ତି । କିଛି ସମୟରେ ଦୋକାନୀ ଏକ ଠେଙ୍ଗା ନେଇ ଭିତରୁ ଆସିବା ସହ ଷଣ୍ଢକୁ ଦୋକାନ ଭିତରୁ ବାହାରକୁ ବାହାର କରି ଥିଲେ । ଏହାପରେ ଯୁବତୀ ମାନେ ସେଠାରୁ ବାହାରି ଯାଇଥିଲେ।

ରାଇସ ମିଲ୍‌ ମାଲିକଙ୍କ ଘରୁ ନଗଦ ଟଙ୍କା, ସୁନା ଅଳଙ୍କାର ଲୁଟ୍‌

Comments are closed.