www.samajalive.in
Saturday, December 6, 2025
19.1 C
Bhubaneswar

ବାରିପଦାର ‘ସାଇ ହସ୍ପିଟାଲ’ରେ ଅଗ୍ନିକାଣ୍ଡ

ବାରିପଦା: କଟକର ପୁରୀଘାଟ ଥାନା ନିକଟସ୍ଥ ଘରୋଇ ନର୍ସିଂହୋମ୍‌ ‘ତ୍ରିଶା’ରେ ଅଗ୍ନିକାଣ୍ଡ ଘଟଣାର ଦିନକ ପରେ ବାରିପଦା ସହରର କେନ୍ଦ୍ର ସ୍ଥଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ତେବେ ହସ୍ପିଟାଲରେ ଥିବା ସମସ୍ତ ରୋଗୀ ସୁରକ୍ଷିତ ରହିଛନ୍ତି। ବାରିପଦାର ‘ସାଇ ହସ୍ପିଟାଲ’ରେ ସୋମବାର ଭୋର ୩ଟା ୫୫ ବେଳେ ଦ୍ୱିତୀୟ ମହଲାର ଡ୍ୟୁଟି ରୁମ୍‌ରେ ନିଆଁ ଲାଗି ଯାଇଥିଲା। କୋଠରୀଟି ହୁ ହୁ ଜଳିବା ସହିତ ଆଖପାଖ କୋଠରୀ ଓ ହସ୍ପିଟାଲ ସମ୍ପୂର୍ଣ୍ଣ ଧୂଆଁମୟ ହୋଇ ଯାଇଥିଲା।

ଖବର ପାଇ ଅଗ୍ନିଶମ ବିଭାଗ ଅଧିକାରୀ ବିଶ୍ୱନାଥ ମୁଣ୍ଡାଙ୍କ ନେତୃତ୍ୱରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ବ୍ୟାପିଥିବା ଧୂଆଁକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ। ଏହି ଅଗ୍ନିକାଣ୍ଡରେ ସମସ୍ତ ରୋଗୀ ସୁରକ୍ଷିତ ରହିଛନ୍ତି ବୋଲି ହସ୍ପିଟାଲର ସତ୍ତ୍ୱାଧିକାରୀ ଲକ୍ଷ୍ମୀକାନ୍ତ ପତିଙ୍କଠାରୁ ପ୍ରକାଶ। ବାତାନୁକୂଳ ଯନ୍ତ୍ର (ଏସି)ରେ ବିଦ୍ୟୁତ୍‌ ବିଭ୍ରାଟ (ସର୍ଟ ସର୍କିଟ) ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଚାଲିଛି। ରିପୋର୍ଟ ଆସିବା ପରେ ନିଆଁ ଲାଗିବାର ପ୍ରକୃତ କାରଣ ସମ୍ପର୍କରେ ଜଣାପଡିବ ବୋଲି ଶ୍ରୀ ମୁଣ୍ଡା କହିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories