www.samajalive.in
Saturday, December 6, 2025
26.1 C
Bhubaneswar

ପାପଡ଼ାହାଣ୍ଡି-ଉମରକୋଟ ଯୋଗାଯୋଗ ବିଚ୍ଛିନ୍ନ

ପାପଡ଼ାହାଣ୍ଡି: ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଟୁରୀନଦୀର ଅସ୍ଥାୟୀ ପୋଲ ଲଗାଣ ବର୍ଷାରେ ବୁଡ଼ି ଯାଇଛି। ପାପଡ଼ାହାଣ୍ଡିରୁ ଉମରକୋଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପାପଡ଼ାହାଣ୍ଡିଠାରୁ ଉମରକୋଟ ଦେଇ ଛତିଶଗଡ଼କୁ ଯାତାୟାତ ହୋଇପାରୁନାହିଁ। ପୋଲର ଦୁଇପାର୍ଶ୍ବରେ ଅନେକ ଗାଡ଼ିମୋଟର ଅଟକି ରହିଛି। ପାପଡ଼ାହାଣ୍ଡିର ଟୁରୀନଦୀ ପୋଲ ନିର୍ମାଣ ଚାଲି ଥିବାବେଳେ ଯାତାୟାତ ପାଇଁ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିଲା। ଲୋକଙ୍କ ପାଇଁ ଗମନାଗମନ ସୁବିଧା କରାଯାଇଥିଲା। ଗତ ଦୁଇଦିନ ହେଲା ପ୍ରବଳ ବର୍ଷା ହୋଇଛି।

ସୋମବାର ସେହି ଅସ୍ଥାୟୀ ପୋଲ ଉପରେ ୩ ଫୁଟର ପାଣି ଚାଲିଥିବାରୁ ଯୋଗାଯୋଗ ବନ୍ଦ ହୋଇଯାଇଛି। ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ନବରଙ୍ଗପୁର ଜିଲାର ୫ଟି ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଟୁରୀନଦୀ ଦୁଇ ପାର୍ଶ୍ବରେ ପାପଡ଼ାହାଣ୍ଡି ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଜଗି ରହିଛନ୍ତି। ଅନ୍ୟ ରାସ୍ତା ଦେଇ ଗାଡ଼ିଗୁଡ଼ିକ ବାହାରିବା ପାଇଁ ବ୍ୟବସ୍ଥା କରାଯାଇଛି। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଲାଗି ରହିଛି। ନବରଙ୍ଗପୁର ଏଡିଏମ୍ ନବୀନ ନାୟକ, ପାପଡ଼ାହାଣ୍ଡି ବିଡିଓ କପିଲଦେବ୍ ସାହୁ, ତହସିଲଦାର ତପନ ନାୟକ ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories