www.samajalive.in
Saturday, December 13, 2025
14.1 C
Bhubaneswar

ଅରବପତି ତାଲିକାରେ ସାମିଲ ହେଲେ ଜୋମାଟୋ ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ

ନୂଆଦିଲ୍ଲୀ : ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋର ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପିନ୍ଦର ଗୋୟଲ ଏବେ ଅରବପତି କ୍ଲବରେ ସାମିଲ ହୋଇଛନ୍ତି । ସୋମବାର ଜୋମାଟୋର ସେୟାରରେ ଆସିଥିବା ବୃଦ୍ଧି ପରେ କମ୍ପାନୀରେ ତାଙ୍କ ଭାଗିଦାରୀର ଦର ଅଚାନକ ବୃଦ୍ଧି ପାଇ ୧ ଅରବ ଡଲାରରୁ ଅଧିକ ହୋଇଯାଇଛି । ଜୋମାଟୋର ସେୟାର ସୋମବାର ୩ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଫୋବର୍ସ ଅନୁସାରେ ଏଥିଯୋଗୁଁ ତାଙ୍କ ସମୁଦାୟ ସମ୍ପତ୍ତି ବୃଦ୍ଧି ପାଇ ୧.୪ ଅରବ ଡଲାର ହୋଇଯାଇଛି ।

ଜୋମାଟୋ ଦିଲ୍ଲୀ ଓ ବେଙ୍ଗାଲୁରୁର ଗ୍ରାହକଙ୍କ ପାଇଁ ନିଜ ପ୍ଲାଟଫର୍ମ ଫି’ରେ  ୧ ଟଙ୍କାର ବୃଦ୍ଧି କରିଛି । ପୂର୍ବରୁ ଜୋମାଟୋ ନିଜ ପ୍ଲାର୍ଟଫର୍ମରେ ଅର୍ଡର କରୁଥିବା ଗ୍ରାହକଙ୍କଠୁ ୫ ଟଙ୍କା ପ୍ରତି ଅର୍ଡରରେ ଶୁଳ୍କ ଆଦାୟ କରୁଥିଲା ଯାହାକୁ ୨୦ ପ୍ରତିଶତ ବଢାଇ ଦିଆଯାଇଛି । ଏହାର ପ୍ରଭାବ କମ୍ପାନୀର ସେୟାର ଉପରେ ଦେଖିବାକୁ ମିଳିଛି । ସେୟାର ଦାମ୍ ୩ ପ୍ରତିଶତ ବୃଦ୍ଧି ପାଇ ୨୩୨ ଟଙ୍କାରେ ଟ୍ରେଡ୍ କରିଥିବା ଦେଖିବାକୁ ମିଳିଛି । ଏହା ସହିତ ଜୋମାଟୋ ଷ୍ଟକ ୫୨ ସପ୍ତାହର ସର୍ବୋଚ୍ଚ ସ୍ତରରେ ମଧ୍ୟ ରହିଛି । ସେୟାରର ଦାମରେ ବୃଦ୍ଧି ଯୋଗୁଁ ଜୋମାଟୋର ମାର୍କେଟ୍ କ୍ୟାପ୍ ମଧ୍ୟ ବଢିଛି ଏବଂ ଏହା ୧.୯୮ ଲକ୍ଷ କୋଟି ଟଙ୍କା ହୋଇଯାଇଛି ।

- Advertisement -

ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲଙ୍କ ପାଖରେ କମ୍ପାନୀର ୩୬,୯୪,୭୧,୫୦୦ ସେୟାର ଥିଲା ଯାହା କମ୍ପାନୀରେ ୪.୨୬ ପ୍ରତିଶତ ଭାଗିଦାରୀ ସହ ସମାନ । ସୋମବାର ସେୟାର ଦାମ୍ ବଢିବା ପରେ ତାଙ୍କ ପାଖରେ ଥିବା ସେୟାରର ଦାମ୍ ମଧ୍ୟ ବୃଦ୍ଧି ପାଇଛି ଯାହା ତାଙ୍କୁ ଅରବପତି ତାଲିକାରେ ସାମିଲ କରିଛି ।

ସ୍ତ୍ରୀର ମୃତ୍ୟୁ ପରେ ଆଖି ବୁଜିଲେ ସ୍ୱାମୀ; ହୃଦ୍‍ଘାତ ନେଲା ବାପାଙ୍କ ପ୍ରାଣ

Hot this week

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

Related Articles

Popular Categories