୧୩୩ ଟଙ୍କାର ଅର୍ଡର ବଦଳରେ ୬୦ ହଜାର କ୍ଷତିପୂରଣ ପାଇଲେ ଗ୍ରାହକ

ସମାଜ ଡିଜିଟାଲ ଡେସ୍କ: ଅନଲାଇନରେ ଖାଦ୍ୟ ଅର୍ଡର କରିଥିବା ଜଣେ ଗ୍ରାହକଙ୍କୁ ଅର୍ଡର ମିଳିଲାନି। କିନ୍ତୁ ଏହା ବଦଳରେ ତାଙ୍କୁ ମିଳିଛି ୬୦ ହଜାର ଟଙ୍କାର କ୍ଷତିପୂରଣ। ଏହି କ୍ଷତିପୂରଣ ଦେଇଛି ଖାଦ୍ୟ ଡେଲିଭରି ସଂସ୍ଥା ଜୋମାଟୋ। ଘଟଣାଟି ଏହିପରି…

କର୍ନାଟକ ଧାରଓ୍ବାଡ ଅଞ୍ଚଳର ଶୀତଲ ନାମ୍ନୀ ଯୁବତୀ ଜୋମାଟୋରେ ୨୦୨୩ ଅଗଷ୍ଟ ୩୧ରେ ମୋମୋ ଅର୍ଡର କରିଥିଲେ। କିନ୍ତୁ ତାଙ୍କୁ ମୋମୋ ଡେଲିଭରି ହୋଇ ନ ଥିଲା। ଏହା ପରେ ଶୀତଲ ଜୋମାଟୋ ଏବଂ ଅର୍ଡର ଦେଇଥିବା ରେଷ୍ଟୁରାଣ୍ଟ ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ଜୋମାଟୋ ପକ୍ଷରୁ ତାଙ୍କୁ ୭୨ ଘଣ୍ଟା ଅପେକ୍ଷା କରିବାକୁ କୁହାଯାଇଥିଲା। ମାତ୍ର ଏହା ପରେ ତାଙ୍କୁ ଅର୍ଡର ମିଳି ନ ଥିଲା। ଯାହାଫଳରେ ୨୦୨୩ ସେପ୍ଟେମ୍ବରରେ ଶୀତଲ ଜୋମାଟୋ ବିରୋଧରେ ଖାଉଟି ଅଦାଲତରେ ମାମଲା ରୁଜୁ କରିଥିଲେ। ଜୋମାଟୋ କୋର୍ଟରେ ନିଜର ତ୍ରୁଟି  ସ୍ଵୀକାର ବି କରି ନ ଥିଲା। ହେଲେ କୋର୍ଟ ଜୋମାଟୋକୁ ସେବା ପ୍ରଦାନରେ ଅବହେଳା ପାଇଁ ଦୋଷୀ ସାବ୍ୟସ୍ତ କରିବା ସହିତ ଗ୍ରାହକଙ୍କୁ କ୍ଷତିପୂରଣ ବାବଦରେ ୬୦ ହଜାର ଟଙ୍କା ଦେବାକୁ ନିର୍ଦେଶ ଦେଇଥିଲେ। ଗତ ମେ ମାସରେ କୋର୍ଟ ଏହାର ରାୟ ଶୁଣାଇଥିଲେ।

Comments are closed.