www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଭୟଙ୍କର ଦୁର୍ଘଟଣାର ଲାଇଭ୍ ଦୃଶ୍ୟ ଦେଖି ଅଟକି ଯିବ ନିଶ୍ୱାସ..

ନୂଆଦିଲ୍ଲୀ : ଦୁର୍ଘଟଣାର ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । ଗାଡି ପରସ୍ପର ଧକ୍କା ହେବାର ଅନେକ ଭିଡିଓ ଦେଖି ଛାତି ଥରି ଉଠିଥାଏ । ସେଭଳି ଭିଡିଓ ଦେଖିଲେ ଭୟଭୀତ ଲାଗିବା ସହ ଆଶ୍ଚର୍ଯ୍ୟ ଲାଗି ଥାଏ । ନିକଟରେ ଏଭଳି କିଛି ଭିଡିଓ ସାମ୍ନାକୁ ଆସିଛି, ଯାହା ବାସ୍ତବିକ ଭୟଭୀତ କରୁଛି । ଜଣେ ବ୍ୟକ୍ତି ମାତ୍ର କିଛି କ୍ଷଣ ମଧ୍ୟରେ ଏକ ବଡ ବିପଦରୁ ତାଙ୍କ ଜୀବନ ବଞ୍ଚି ଯାଉଛି । ନିକଟରେ ନିଶ୍ୱାସ ଅଟକାଇଦେବା ଭଳି ଯୁବକଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି ।


ଭାଇରାଲ ହେଉଥିବା ଭିଡିଓଟି ସିସିଟିଭିର ଫୁଟେଜ ଭଳି ଜଣାପଡୁଛି । ଏହି ଭିଡିଓରେ ଲାଇଭ୍ ଦୁର୍ଘଟଣାର ଏହି ଦୃଶ୍ୟ ଛାତିଥରା । ଭିଡିଓରେ ଦେଖିପାରିବେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍ ଆଡକୁ ଜଣେ ବାଇକ୍ ଆରୋହୀ ଯିବା ସହ ଅତି ଭୟରେ ପଛକୁ ଉଠିପଡି ପଛକୁ ଆସି ଦୌଡୁଛନ୍ତି । କିଛି କ୍ଷଣ ମଧ୍ୟରେ ବଡ ଅଘଟଣରୁ ସେ ବର୍ତ୍ତି ଯାଇଥିବା ସହ ତାଙ୍କ ବାଇକ୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ବାଇକ୍‌ର ସମସ୍ତ ଅଂଶର ଭାଙ୍ଗି ରୁଜି କେଉଁଠି ପଡିଛି ତା’ର କୌଣସି ଠିକଣା ନାହିଁ ।

- Advertisement -

ମାତ୍ର କେଇ ସେକେଣ୍ଡର ଏହି ଭିଡିଓରେ ରେଳ ଧାରଣାର ଉଭୟ ପଟରେ ଲୋକେ ଠିଆ ହୋଇଛନ୍ତି । ରେଳ ଫାଟକ ମଧ୍ୟ ପଡିଛି । ଏହା ସତ୍ତ୍ୱେ ମଧ୍ୟ ବାଇକ୍ ଆରେହୀ ଜଣକ ଫାଟକ ଡେଇଁ ଯାଇ ବିପଦର ସମ୍ମୁଖୀନ ହୋଇଛନ୍ତି । ଟ୍ରେନ୍ ସହ ଦୁର୍ଘଟଣାର ଏହି ଦୃଶ୍ୟ ଦେଖି ଲୋକଙ୍କ ନିଶ୍ୱାସ ଅଟକି ଯାଇଥିଲା । ବ୍ୟକ୍ତି ଜଣଙ୍କୁ ଜୀବିତ ଦେଖି ଲୋକେ ଭଗବାନଙ୍କୁ ଧନ୍ୟବାଦ ଦେଇଥିଲେ । ଭିଡିଓଟି ପୋଷ୍ଟ ହେବା ପରେ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories