www.samajalive.in
Sunday, December 14, 2025
19.1 C
Bhubaneswar

ମେଧାବୀଙ୍କୁ ଉଚ୍ଚଶିକ୍ଷାରୁ ବଞ୍ଚିତ କରୁଛି କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି 

ଆଠଗଡ: କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୂତନ ଶିକ୍ଷାନୀତି ଯୋଗୁଁ ଦେଶର ଶିକ୍ଷାବ୍ୟବସ୍ଥା  ବ୍ୟବସାୟକରଣ ହୋଇଯାଉଛି । ଏଥିପାଇଁ ଦେଶର ଗରିବ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମତପ୍ରକାଶ କରିଛନ୍ତି । ପ୍ରତିବର୍ଷ ପରି ଚଳିତବର୍ଷ ଆଠଗଡ ଅଞ୍ଚଳର ମେଧାବୀ ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହିତ କରିବା ଲାଗି ଫୋରମ୍ ଅଫ୍ ଏକାଡେମିକ୍ସ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆୟୋଜିତ ଶିକ୍ଷା ଜ୍ୟୋତି ସମ୍ମାନ ସମାରୋହ ୨୦୨୪ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଠଗଡ ଵିଧାୟକ ଶ୍ରୀ ସ୍ଵାଇଁ ଶିକ୍ଷା ହିଁ ମଣିଷ ଜୀବନର ସର୍ବଶ୍ରେଷ୍ଠ ଉପଲବ୍ଧି ବୋଲି କହିବା ସହ କେବଳ ଡିଗ୍ରୀ ପାଇଁ ନୁହଁ ବରଂ ଜ୍ଞାନ ଆହରଣ ପାଇଁ ଶିକ୍ଷାଗ୍ରହଣ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ ।
ଅନୁଷ୍ଠାନ ସଭାପତି ପ୍ରଫେସର ଡଃ ଦାମୋଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସଂପାଦକ ଡଃ ଶଶୀଭୂଷଣ ମିଶ୍ର ସ୍ଵାଗତ ଭାଷଣ ଦେବା ଅବସରରେ ଶିକ୍ଷାଜ୍ୟୋତି ସମ୍ମାନ ପ୍ରଦାନର ଉଦ୍ଦେଶ୍ୟ ଓ ଲକ୍ଷ ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ କରି “ଶିକ୍ଷା ଓ ପରିବେଶ” ଶୀର୍ଷକ ଆଲୋଚନା ଚକ୍ରର ଶୁଭାରମ୍ଭ କରିଥିଲେ। ଏଥିରେ ଅଧ୍ୟାପକ ଡଃ ମନୋରଞ୍ଜନ ମହାନ୍ତି ମୁଖ୍ୟବ୍ୟକ୍ତା ରୁପେ ଯୋଗ ଦେଇ ମାନବ ସମାଜକୁ ଧ୍ଵଂସ ମୁଖରୁ ବଞ୍ଚାଇବା ପାଇଁ ଅବକ୍ଷୟମୁଖୀ ପରିଵେଶକୁ ଉତ୍ତରପୀଢିଙ୍କ ପାଇଁ ସୁରକ୍ଷା କରିବା ଆମ ସମସ୍ତଙ୍କର ନୈତିକ ଓ ସାମାଜିକ କର୍ତ୍ତବ୍ଯ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ଛଡା ଓଡିଆ ଓ ଇଂରାଜୀ ବକ୍ତୃତା, ଚିତ୍ରାଙ୍କନ, କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଦକ୍ଷ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏଥିସହିତ ମୁଖ୍ୟଅତିଥି ଶ୍ରୀ ସ୍ବାଇଁ ଗତ ମାଟ୍ରିକ ପରୀକ୍ଷାରେ ଆଠଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସରକାରୀ ଵିଦ୍ୟାଳୟରୁ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖିଏ-୧ ପାଇଥିବା ୧୨ଜଣ ଛାତ୍ରଛାତ୍ରୀ ଏବଂ ବେସରକାରୀ ବିଦ୍ୟାଳୟର ୧୪ ଜଣ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କରିଥିଲେ। ସେହିପରି +୨ ବର୍ଗରେ ନିର୍ବାଚନ ମଣ୍ଡଳୀ ରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ ସର୍ଵୋଚ୍ଚ ନମ୍ଵର ରଖିଥବା ଯଥାକ୍ରମେ ପ୍ରିତିମୟୀ ରାଉତ, ନିବେଦିତା ସେଠୀ, ପ୍ରଜ୍ଞାମୟୀ ସାହୁ, ସ୍ମୃତିମୟୀ ଦାସଙ୍କୁ ଲାପଟପ୍ ଏବଂ +୩ ରେ ସର୍ବୋଚ୍ଚ ନମ୍ବର ରଖିଥିବା ଅଙ୍କିତା ପଣ୍ଡା, ରବିନ୍ଦ୍ର ବେହେରା, ଦେବଦତ୍ତ ଖଟୁଆଙ୍କୁ ଯଥାକ୍ରମେ କଳା, ବିଜ୍ଞାନ ଓ ବାଣିଜ୍ୟରେ ଶ୍ରେଷ୍ଠ ସ୍ନାତକ ଭାଵେ ଲାପ୍ ଟପ୍, ସ୍ମୃତି ଫଳକ, ପ୍ରମାଣପତ୍ର, ଉପଢ଼ୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଫୋରମ ଅଫ ଏକାଡେମିକ୍ସ ଉପଦେଷ୍ଟା ମଣ୍ଡଳୀ ସଦସ୍ଯ ଅଧ୍ୟାପକ ଵିକାଶ ଵିଶ୍ବାଳସଭ୍ୟ, ଲଳିତ ମୋହନ ନାୟକ, ନୀଳମଣି ନାୟକ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଂଯୋଜକ ପ୍ରାଧ୍ୟାପକ ଡଃ ରାମଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ତିଗିରିଆ ଵ୍ଲକ ଶିକ୍ଷା ଅଧିକାର ପ୍ରିୟ ରଞ୍ଜନ ହୋତା, ବ୍ଲକ ଅଧ୍ୟକ୍ଷା ସଂନ୍ଧ୍ୟାରାଣୀ ନାୟକ, ଆଠଗଡ ଏନ୍ଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ଵେହେରା, ସସ୍ମିତା ରାଉତ, ବଳଭଦ୍ର ବାଘ, ସମାଜସେବୀ ଶିଶିର ପ୍ରସାଦ ମାନସିଂହ ପ୍ରମୁଖ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories